ପୁଲିସ ନିକଟରେ ଆତ୍ମସମର୍ପଣ କଲା କୁଖ୍ୟାତ ମାଓ କମାଣ୍ଡର ଭି ବାଳକ୍ରିଷ୍ଣା

ମାଲକାନଗିରି: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ପ୍ରାୟ ୨୦ରୁ ଅଧିକ ମାଓବାଦୀ ହିଂସାକାଣ୍ଡରେ ସାମିଲ ଥିବା ମାଓ ଆସିଷ୍ଟାଣ୍ଡ କମାଣ୍ଡର ଭି ବାଳକ୍ରିଷ୍ଣା ମଙ୍ଗଳବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ବାଳକ୍ରିଷ୍ଣାଙ୍କ ନାମରେ ଆନ୍ଧ୍ର ସରକାର ୪ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିିଥିଲେ। ବିଶାଖାପାଟନା ଏସପି ରାହୁଲ ଦେବ ଶର୍ମା କହିଛନ୍ତି, ବାଳକ୍ରିଷ୍ଣା ମାଲକାନଗିରି, ଚିତ୍ରକୋଣ୍ଡା ଓ କୋରାପୁଟ ଅଞ୍ଚଳରେ ସଂଘଟିତ ହୋଇଥିବା ୨୦ଟି ଘଟଣା ସହିତ ଜଡ଼ିତ ଥିଲା। ସେ ୧୦ ବର୍ଷ ହେବ ମାଓବାଦୀ ସଂଗଠନ ସହିତ ଜଡ଼ିତ ରହି ବଡ଼ ବଡ଼ ଘଟଣାରେ ସଂପୃକ୍ତ ରହିଥିଲା। ରାଜ୍ୟ ସରକାରଙ୍କ ତରଫରୁ ତାକୁ ଆତ୍ମନିଯୁକ୍ତି ତାଲିମ ଦିଆଯିବ।

ମାଓବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ମାଓବାଦୀଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ତାଲିମ ଦେଇ ସେମାନଙ୍କର ଅର୍ଥନୈତିକ ସାମାଜିକ ବିକାଶ ଦିଗରେ କାମ କରୁଛନ୍ତି। କିଛି ମାଓବାଦୀ ମୂଳ ସ୍ରୋତକୁ ଫେରୁଥିବା ବେଳେ ମଝିରେ ମଝିରେ ମାଓହିଂସା ଦେଖାଯାଉଛି।

ସମ୍ବନ୍ଧିତ ଖବର