ପୁଲିସ ସହ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ରାଜନନ୍ଦଗାଁ ସୀମାନ୍ତରେ ଆଜି ସକାଳେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଛି। ଗତକାଲି ଜିଲ୍ଲା ପୁଲିସ, ଏସଟିଏଫ, ଆଇଟିବିପି ଯବାନ କମ୍ବିଂକୁ ବାହାରିଥିଲେ। ଆଜି ସକାଳେ ଫେରୁଥିବା ବେଳେ ଏକ ନଦୀ ତଟରେ ଜଗି ରହିଥିବା ନକ୍ସଲ ପୁଲିସ ଉପରକୁ ଅତର୍କିତ ଗୁଳି ଚଳାଇଥିଲା। ପୁଲିସ ବି ନିଜକୁ ସୁରକ୍ଷିତ ରଖି ନକ୍ସଲ ଉପରେ ପାଲଟା ଗୁଳି ଚଳାଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିବା ବେଳେ ନକ୍ସଲ ପାହାଡର ଘଂଚ ଜଂଗଲରେ ଲୁଚି ପଳାଇବାରେ ସକ୍ଷମ ହୋଇଥିଲେ। ପୁଲିସ ଘଟଣାସ୍ଥଳକୁ ସର୍ଚ୍ଚ ଅପରେସନ କରି ବହୁ ପରିମାଣର ମାଓ ସାମଗ୍ରୀ ଜବତ କରିଛି। ନକ୍ସଲଙ୍କ ଦୈନନ୍ଦିନ ସାମଗ୍ରୀ ସମେତ ବିଦ୍ୟୁତ ତାର, ସାହିତ୍ୟ ପତ୍ରିକା, ଔଷଧ ଇତ୍ୟାଦି ଜବତ କରିଛି। ତେବେ ନକ୍ସଲ ଅଳ୍ପକେ ବର୍ତ୍ତିଯାଇଥିବା ପୁଲିସ କହିଛି। ଉଭୟଙ୍କ ପକ୍ଷରୁ କେହି ମଧ୍ୟ ମୃତାହତ ହୋଇନଥିବା କୁହାଯାଇଛି।

ସମ୍ବନ୍ଧିତ ଖବର