ମାଲକାନଗିରି : ମାଓବାଦୀଙ୍କ ଦ୍ୱାରା ଡାକରା ଦିଆ ଯାଇଥିବା ଭାରତ ବନ୍ଦର ଶେଷ ଦିବସରେ ସ୍ୱାଭିମାନ ଅଂଚଳରେ ମାଓ ପୋଷ୍ଟର ସହ ବ୍ୟାନର ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ବ୍ଲକ ରାଳେଗୋଡ଼ା ପଞ୍ଚାୟତରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି।
ରାଳେଗୋଡ଼ାର ପଲଂକରାଇ ଗ୍ରାମରେ ସାପ୍ତାହିକ ହାଟରେ ସିପିଆଇ(ମାଓବାଦୀ) ତରଫରୁ ଓଡ଼ିଆ ଓ ତେଲଗୁ ଭାଷାରେ ମାଓ ପୋଷ୍ଟର ଏବଂ ବ୍ୟାନର ମରାଯାଇଥିବା ସୂଚନା ମିଳିଛି। ଏହି ପୋଷ୍ଟରରେ ମାଓବାଦୀଙ୍କ ଗଣତାନ୍ତ୍ରିକ ବିପ୍ଲବକୁ ସଫଳ କରିବା ଲାଗି ଆହ୍ଵାନ ଦିଆଯାଇଛି । ସାମ୍ରାଜ୍ୟବାଦୀ ଦଲାଲ ଓ ଅମଲାତାନ୍ତ୍ରିକ ପୁଞ୍ଜିପତିଙ୍କ ସ୍ୱାର୍ଥକୁ ବିରୋଧ କରିବା ଲାଗି ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି ବ୍ୟାନର ଓ ପୋଷ୍ଟର ଆନ୍ଧ୍ର ଓଡ଼ିଶା ଜୋନାଲ କମିଟି ପକ୍ଷରୁ ଲଗାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/50979320_1223970177756130_7146271851885363200_n.jpg)