ପୁଲିସ୍‌-ନକ୍ସଲ ଏନ୍‌କାଉଣ୍ଟରରେ ମାଓବାଦୀ ନିହତ, କିଷ୍ଟାରାମରେ ବାଇକ୍‌ ବିସ୍ଫୋରଣ

ମାଲକାନଗିିରି: ଛତିଶଗଡ଼ ଜିଲ୍ଲାର ବିଜାପୁର ପୁଲିସକୁ ପୁଣି ଥରେ ବଡ଼ ସଫଳତା ମିଳିଛି। ପୁଲିସ ଏନ୍‌କାଉଣ୍ଟରରେ ଗୁରୁବାର ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସୁକମା ଜିଲ୍ଲାର କିଷ୍ଟାରାମ ଅଞ୍ଚଳରେ ମାଓବାଦୀମାନେ ଏକ ବାଇକକୁ ବିସ୍ଫୋରଣ କରିଛନ୍ତି। ବାଇକ ଆରୋହୀଙ୍କ କୌଣସି ଖବର ମିଳି ନାହିଁ। ସୂଚନା ଅନୁସାରେ ଛତିଶଗଡ଼ର ବିଜାପୁର ଜିଲ୍ଲାର ତିମାପୁର ଜଙ୍ଗଲରେ ନକ୍ସଲକୁ ଗୁଳିକରି ପୁଲିସ ନିହତ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ନକ୍ସଲମାନେ ମଧ୍ୟ ଗୁଳି କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ବୁଧବାର ଛତିଶଗଡ଼ର ସୁକମା ପୁଲିସକୁ ବଡ଼ ସଫଳତା ମିଳିଥିଲା। ସୁକମା ପୁଲିସ ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ଜ୍ୟୋତିକୁ ନିହତ କରିଥିଲା। ଜ୍ୟୋତି ନାଁରେ ୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରଯାଇଥିଲା। ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଦଣ୍ଡିପଦର ଗାଁରେ ଏହି ଏନ୍‌କାଉଣ୍ଟର ହୋଇଥିଲା ସୁକମା ଏସ୍‌ପି ଅଭିଷେକ ମିଣା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର