ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲ ବୋମା ଖଞ୍ଜୁ ଥିବା ବେଳେ ବିସ୍ଫୋରଣରେ ମହିଳା ମାଓବାଦୀ ଆହତ ହୋଇଛନ୍ତି। ଜିଲ୍ଲାର ମାଦେଦ ଥାନା ଅନ୍ତର୍ଗତ ବାନ୍ଦେପାରା ଠାରେ ଲ୍ୟାଣ୍ଡମାଇନ ଖଂଜୁ ଥିଲେ ମାଓବୀଦୀ। ହଠାତ ବୋମା ବିସ୍ଫୋରଣ ହୋଇଥିଲା। ଆହତ ମହିଳା ସାଥୀଙ୍କୁ ଜଂଗଲରେ ଛାଡ଼ି ପଳାଇଲେ ମାଓବାଦୀ।
ଏଥିସହ ବନ୍ଧୁକ ଛଡାଇ ନେଇ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଗଲେ। ଆହତ ମହିଳା ମାଓବାଦୀ ଜଣକ ହେଲେ ଗୁଜ୍ଜା ସୋଢ଼ି। ଏନେଇ ସ୍ଥାନୀୟ ଗ୍ରାମବାସୀମାନେ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଂଚି ଗୁଜ୍ଜାଙ୍କୁ ଉଦ୍ଧାର କଲା ବିଜାପୁର ପୁଲିସ। ଗୁଜ୍ଜା ସୋଢ଼ିଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଲା ପୁଲିସ।
maoists