ଆନ୍ଧ୍ରପ୍ରଦେଶ ଆରକୁ ବିଧାୟକଙ୍କୁ ମାଓବାଦୀଙ୍କ ହତ୍ୟା ମାମଲା: ଥାନାରେ ନିଅାଁ ଲଗାଇଲେ ସମର୍ଥକ

ମାଲକାନଗିରି: ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଆରକୁ ବିଧାୟକଙ୍କୁ ହତ୍ୟା କରିବା ଘଟଣାରେ ବିଧାୟକଙ୍କ ସମର୍ଥକମାନେ ରବିବାର ଥାନାରେ ନିଅାଁ ଲଗାଇ ଦେଇଛନ୍ତି। ବିଧାୟକଙ୍କ ସମର୍ଥକମାନେ ଡୁମୁରିଗୁଡ଼ା ଥାନା ପୋଡ଼ିଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ପୁଲିସ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି। ସମର୍ଥକମାନେ ଘଟଣାସ୍ଥଳରୁ ବିଧାୟକଙ୍କ ଶବ ଉଠାଇବାକୁ ଦେଉ ନାହାନ୍ତି।

ବକସାଇଟ୍‌ ଖଣି ଖନନକୁ କେନ୍ଦ୍ର କରି ମାଓବାଦୀମାନେ ଆଜି ବିଧାୟକ କେ ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ସୋମାଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ। ଏଥି ସହିତ ମାଓବାଦୀମାନେ ଦୁଇ ଅଙ୍ଗରକ୍ଷୀଙ୍କୁ ଅପହରଣ କରିଥିଲେ। ବିଶାଖାପାଟଣାର ଡୁବୁରିଗୁଡ଼ା ଠାରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଗୁଳିକରି ହତ୍ୟା କରିଥିଲେ।

ଖବର ଅନୁସାରେ ତେଲୁଗୁ ଦେଶମ ପାର୍ଟିର ବିଧାୟକ ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ଏସ ସୋନା ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଉଥିଲେ। ଡମ୍ବାରିଗୁଡ଼ା ନିକଟ ଲିଭରିପୁଟୁ ଗାଁରେ ପହଞ୍ଚିବା ପରେ ମାଓବାଦୀମାନେ ବିଧାୟକଙ୍କ ଗାଡ଼ିକୁ ଘେରି ଯାଇଥିଲେ ଓ ଆଖି ବନ୍ଦ କରି ଗୁଳିକରିଥିଲେ। ଏହା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବିଶାଖାପାଟଣା ଠାରୁ ପ୍ରାୟ ୧୨୫ କିଲୋମିଟର ଦୂରରେ ହୋଇଥିବା ବିଧାୟକଙ୍କ ହତ୍ୟା ପରେ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶା ଓ ଛତିଶଗଡ଼ରେ ଭୟ ସୃଷ୍ଟି ହୋଇଛି।

ମାଓବାଦୀଙ୍କ ଗୁଳିକାଣ୍ଡ ଓ ବିଧାୟକଙ୍କ ସମର୍ଥକଙ୍କ ଥାନା ପୋଡ଼ି ଘଟଣା ପରେ ଓଡ଼ିଶା ସୀମାରେ ହାଇ ଆଲର୍ଟ ଜାରି କରି ଦିଆଯାଇଛି। ସୀମାନ୍ତରେ ଏସଓଜି, ବିଏସ୍‌ଏଫ, ସିଆରପିଏଫ ଏବଂ ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଧାୟକ ରାଓ ଓ ପୂର୍ବତନ ବିଧାୟକ ଏସ୍‌ ସୋମାଙ୍କ ମୃତ୍ୟୁରେ ଟିଡିପି ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀ ନାରା ଚନ୍ଦ୍ରବାବୁ ନାଇଡୁ ଗଭୀର ଶୋକ ପ୍ରକାଶ ଜଣାଇଛନ୍ତି। ଆମେରିକା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମାଓବାଦୀଙ୍କ ବର୍ବରତାକୁ ଦୃଢ଼ ନିନ୍ଦା କରିଛନ୍ତି। ଶୋକସନ୍ତପ ପରିବାରକୁ ମୁଖ୍ୟମନ୍ତ୍ରୀ ନାଇଡୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର