କାଲିମେଳା: ମାଲକାନଗିରି ଜିଲ୍ଲାର କାଲିମେଳାଠାରେ ବିଷ ପିଇ କରି ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ହେଲେ ୧୫ ବର୍ଷୀୟା ଅମାଜୀ ସଲାଵମ।
ସୂଚନା ଅନୁସାରେ ଗତକାଲି ମୋଟୁ ଥାନା ଅନ୍ତର୍ଗତ କୋଇକୋଣ୍ଡା ଗ୍ରାମର ଲଚ୍ଛା ସଲାଵମଙ୍କ ନାବାଳିକା ଝିଅ ଅମାଜୀ ସଲାଵମ ଘରେ ଏକୁଟିଆ ଥିବା ବେଳେ ବିଷ ପିଇ ଦେଇଥିଲା। ଏହି ସମୟରେ ବାପାମାଆ କ୍ଷେତରେ କାମ କରୁଥିବା ସୂଚନା ରହିଛି। ସେମାନେ ସଂଧ୍ୟାରେ ଘରକୁ ଫେରିବା ପରେ ଝିଅ ବିଷ ପିଇ ଦେଇଥିବା ଜାଣିବାକୁୁ ପାଇଥିଲେ।
ସେମାନେ ପ୍ରଥମେ ନାବାଳିକା ଜଣଙ୍କୁ ଏମ୍ଭି ୭୯ ହସ୍ପିଟାଲ୍କୁ ନେଇଥିଲେ। ପରେ ସେଠାରୁ କାଲିମେଳା ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଘଟିଥିଲା। ଆଜି ନାବାଳିକାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ସମ୍ପର୍କରେ ମୋଟୁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/malkangiiri.jpg)