ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ରାମାଗୁଣ୍ଡମରେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ଏବଂ ତେଲେଙ୍ଗନା ରାଜ୍ୟ କମିଟି ସଦସ୍ୟ ଆଡ୍ରମ ଲାଚ୍ଛନ୍ନା ଅରଫ ଗୋପାନ୍ନା ଅରଫ ରାଜପ୍ପା ସହ ତାଂକ ପତ୍ନୀ ଚୌଧୁରୀ ଅଙ୍କୁବାଇ ଅରଫ ଅନିତାଆକ୍କା ଅରଫ ଲକ୍ଷ୍ମୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଦୁଇ ଜଣଙ୍କ ନାମରେ ସରକାର ୧୬ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ୧୯୯୫ ମସିହାରୁ ଏହି ଦୁଇ ଜଣ ନକ୍ସଲ ସଂଗଠନରେ ସାମିଲ ହୋଇ କାର୍ଯ୍ୟ କରୁଥିଲେ। ୨୦୨୩ରେ ଲଛନ୍ନା ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ଦାୟୀତ୍ବ ନେଇଥିଲେ। ସେ ୨୦୦୭ ମସିହା ବେଳକୁ ଉତ୍ତର ବସ୍ତର ଡିଭିଜନାଲ କମିଟିର ସଦସ୍ୟ ଥିଲେ।ପରେ ସେ ବୈଷୟୀକ ବିଭାଗକୁ ସ୍ଥାନାନ୍ତର ହୋଇଥିଲେ। ଦୁହେଁ ଦୀର୍ଘ ବର୍ଷ ଧରି ମାଓ ସଂଗଠନରେ କାମ କରୁଥିଲେ। ବହୁ ହିଂସା ଏବଂ ପୁଲିସ ଉପରେ ଆକ୍ରମଣରେ ଜଡିତ ଥିବା ପୁଲିସ କହିଛି। ଦୁହେଁ ସଂଗଠନରେ ଆଉ କାମ କରିହେବ ନାହିଁ ଭାବି ସଂଗଠନ ଛାଡିଥିବା କହିଥିଲେ। ପୁଲିସ ଗୁଳିରେ ମୃତ୍ୟୁ ସୁନିଶ୍ଚିତ ବୋଲି ଭାବି ନେଇଥିଲେ। ତେଣୁ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବା ପାଇଁ ଚିନ୍ତା କରିଥିଲେ। ପ୍ରଶାସନ ତରଫରୁ ଦମ୍ପତ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ। ନକ୍ସଲ ସଂଗଠନରେ ଏହି ଦମ୍ପତ୍ତିଙ୍କ ଆତ୍ମସମର୍ପଣ ବଡ ପ୍ରଭାବ ପକାଇବ ବୋଲି କୁହାଯାଇଛି। କାରଣ ତେଲେଙ୍ଗାନା ଏବଂ ଛତିଶଗଡରେ ନେଟଵର୍କ ଦୁର୍ବଳ ହେବ ବୋଲି କୁହାଯାଇଛି।
ଦୁର୍ଦାନ୍ତ ମାଓ ଦମ୍ପତ୍ତିଙ୍କ ଆତ୍ମସମର୍ପଣ
ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ରାମାଗୁଣ୍ଡମରେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ଏବଂ ତେଲେଙ୍ଗନା ରାଜ୍ୟ କମିଟି ସଦସ୍ୟ ଆଡ୍ରମ ଲାଚ୍ଛନ୍ନା ଅରଫ ଗୋପାନ୍ନା ଅରଫ ରାଜପ୍ପା ସହ ତାଂକ ପତ୍ନୀ ଚୌଧୁରୀ ଅଙ୍କୁବାଇ ଅରଫ ଅନିତାଆକ୍କା ଅରଫ ଲକ୍ଷ୍ମୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
/sambad/media/media_files/2025/07/16/b7b4067c-a73c-4936-9ced-df695e00024b-2025-07-16-19-48-37.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)