ନକ୍ସଲ ପ୍ରବଣ ୩ ଜିଲ୍ଲାରେ ମୋବାଇଲ ଟାଵାର ସ୍ଥାପନ ନେଇ ସାଂସଦଙ୍କ ପ୍ରଶ୍ନ

ମାଲକାନଗିରି: ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସଂସଦରେ ନକ୍ସଲ ପ୍ରବଣ ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ କେତୋଟି ମୋବାଇଲ ଟାଵାର ବସାଇବା ନେଇ ପ୍ରସ୍ତାବ ରହିଥିବା ପ୍ରଶ୍ନ କରିଥିଲେ। ଗୃହ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତାବିତ ହୋଇଥିବା ମୋବାଇଲ ଟାଵାର ଗୁଡିକ ସଂପର୍କରେ କେନ୍ଦ୍ର ଆଇଟି ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। ସେ କହିଥିଲେ ଯେ ୧୦ଟି ନକ୍ସଲ ପ୍ରବଣ ରାଜ୍ୟରେ ମୋଟ ୨୩୫୫ଟି ଟାଵାର ବସାଇବା ନେଇ ପ୍ରସ୍ତାବ ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ ମାଲକନଗିରି ଜିଲ୍ଲାରେ ୨୮, ନବରଙ୍ଗପୁର ଜିଲ୍ଲାରେ ୧୪ ଏବଂ କୋରାପୁଟ ଜିଲ୍ଲାରେ ୨୭ଟି ମୋବାଇଲ ଟାଵାର ବସାଇବା ନେଇ ପ୍ରସ୍ତାବ ରହିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ୭୬ଟି ମୋବାଇଲ ଟାଵାର, ନବରଙ୍ଗପୁର ଜିଲ୍ଲାରେ ୩୫ଟି ଏବଂ କୋରାପୁଟ ଜିଲ୍ଲାରେ ୯୪ଟି ମୋବାଇଲ ଟାଵାର ବସାଇବା ନେଇ ମଂଜୁର କରାଯାଇଥିବା କୁହାଯାଇଛି। ଏବେ ଗ୍ରାମାଞ୍ଚଳରେ ଲୋକେ ମୋବାଇଲ ଧରୁଥିବା ବେଳେ ଟାଵାର ନଥିବାରୁ ଲୋକେ ସେହି ମୋବାଇଲକୁ ଗୀତ ଶୁଣିବାରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ତେବେ ଆଗାମୀ ଦିନରେ ଏହି ମୋବାଇଲ ଟାଵାର ଗୁଡିକ ସ୍ଥାପିତ ହେଲେ ଲୋକେ ଆସ୍ବସ୍ତି ହେବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର