ନକ୍ସଲଙ୍କ ବଲେରୋ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ପୁଲିସ ନକ୍ସଲଙ୍କ ସାମଗ୍ରୀ ନେଇ ଯାଉଥିବା ଗୋଟିଏ ବଲେରୋ ଜବତ କରିଥିବା ବେଳେ ଜଣେ ନକ୍ସଲ ସହଯୋଗୀଙ୍କୁ ଗିରଫ କରିଛି। (ସିଡି-୧୯-ଟି-୦୪୯୬) ନମ୍ବର ବିଶିଷ୍ଟ ଏହି ବଲେରୋଟି ନକ୍ସଲଙ୍କ ଦ୍ୱାରା କିଣାଯାଇ ସାମଗ୍ରୀ ନେବା ଆଣିବା କରୁଥିଲା। ଏନେଇ ବିଶେଷ ସୂତ୍ରରୁ ଖବର ପାଇ ମୁର୍ଦାପାଲ ଥାନା ଅଧିକାରୀ ସମେତ ଡିଆରଜି ଯବାନ ଗତକାଲି ରାତିରେ ବଲେରୋକୁ ଅଟକାଇଥିଲେ। ଯାଞ୍ଚ ସମୟରେ ବହୁ ମାଓ ସାମଗ୍ରୀ ବଲେରୋରୁ ବାହାରିଥିଲା। ବିଦ୍ୟୁତ ତାର ଗୋଟିଏ ବଣ୍ଡଲ, ଗୋଟିଏ ଟିଫିନ ବାକ୍ସ, ଟର୍ଚ୍ଚ ଦୁଇଟି, ଲୁହା ଛଡ ୨ କିଲୋ, ବ୍ୟାଟେରି, ରସି ୫ ବଣ୍ଡଲ ଇତ୍ୟାଦି ଜବତ କରାଯାଇଛି। ନକ୍ସଲ କମାଣ୍ଡର ହେମଲାଲ ବିମୁଦ୍ରାକରଣ ସମୟରେ ଅଚଳ ହଜାର ଟଙ୍କିଆ ନୋଟକୁ ବଦଳାଇବା ପାଇଁ ପ୍ରୟାସ କରିଥିଲା। ପ୍ରାୟ ୩ଲକ୍ଷଟି ହଜାର ଟଙ୍କିଆ ନୋଟ ଥିବା ବେଳେ ବହୁବାର ପ୍ରୟାସ ସତ୍ତ୍ୱେ ବର୍ଷ ବଦଳି ପାରି ନଥିଲା। ତେଣୁ ଏହି ଟଙ୍କାରେ ଗୋଟିଏ ବଲେରୋ କିଣିଥିଲେ ନକ୍ସଲ। ସେହି ଗାଡ଼ିକୁ ସାମଗ୍ରୀ ନେବା ଆଣିବା କାମରେ ବ୍ୟବହାର କରୁଥିଲେ। ଏହି ବଲେରୋକକୁ ମାରଡୁମ ଥାନା ଅନ୍ତର୍ଗତ ଧରମାବେଡା ଗାଁ ଭଗଚନ୍ଦ ଠାକୁର ଚଲାଉଥିଲା। ତାକୁ ଧରିବା ପରେ ପଚରା ଉଚୁରା କରୁଛି। ତା’ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ମିଳିବ ବୋଲି ପୁଲିସ ଆଶା କରୁଛି।

ସମ୍ବନ୍ଧିତ ଖବର