ମାଲକାନଗିରି: ପୁରସ୍କାର ଘୋଷିତ ନକ୍ସଲ ଦମ୍ପତ୍ତି ଶନିବାର ପଡୋଶୀ ଛତିଶଗଡ଼ର ବିଜାପୁର ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ଏକ ଜଙ୍ଗଲରୁ ଶୁକ୍ରବାର ରାତିରେ ମାଓବାଦୀ ରମନ୍ନା ଓ ପତ୍ନୀ ପଦ୍ମା ଗିରଫ ହୋଇଛନ୍ତି।
ଛତିଶଗଡ଼ରେ ଆତ୍ମସମର୍ପଣ କରିଥିବା ନକ୍ସଲ ବୋଡ଼କି କୋଭାସିଙ୍କ ନାମରେ ୩ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିବା ବେଳେ, ପତ୍ନୀ ଗାଙ୍ଗୀ ମାଡ଼କାମୀଙ୍କ ନାମରେ ପୁଲିସ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଉଭୟ ନକ୍ସଲ ଅଗ୍ନିକାଣ୍ଡ, ରେଳଧାରଣା ଉଡ଼ାଇବା, ଏନ୍ଏମ୍ଡିସିରେ କନ୍ଭେୟର ବେଲ୍ଟ ଜଳାଇବା ଆଦି କାମ କରିଥିଲେ। ଆତ୍ମସମର୍ପଣ ପରେ ତାଙ୍କୁ ପ୍ରଥମେ ୧୦-୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଥିଲା।
/sambad/media/post_attachments/wp-content/uploads/2018/02/e15e0744-5190-4e57-9c88-9521f47220a2-300x169.jpg)
ସେହିଭଳି ଗୁଇନ୍ଦା ବିଭାଗ ପକ୍ଷରୁ ବିଶେଷ ଭାବରେ ସୂଚନା ମିଳିବା ପରେ ମହାରାଷ୍ଟ୍ର ପୁଲିସ ରମନ୍ନା ଓରଫ ଶ୍ରୀନିବାସ ଓ ପଦ୍ମା ଓରଫ ଲତାଙ୍କୁ ଅଧ ରାତିରେ ଚଢ଼ାଉ କରି ଗିରଫ କରିଛି। ଉଭୟ ପତି-ପତ୍ନୀ ଦୀର୍ଘ ୪୦ ବର୍ଷ ଧରି ମାଓ ଗତିବିଧି କାର୍ଯ୍ୟରେ ସଂପୃକ୍ତ ଥିଲେ। ମାଲକାନଗିରିରେ ସକ୍ରିୟ ଥିବା ବେଳେ ରମନ୍ନା ଛତିଶଗଡ଼ର ଦଣ୍ଡକାରଣ୍ୟ ଅଞ୍ଚଳରେ ମୁଖ୍ୟ ନେତା ଥିଲେ। ତାଙ୍କ ନାମରେ ଓଡ଼ିଶା, ଛତିଶଗଡ଼ ଓ ମହାରାଷ୍ଟ୍ର ସରକାର ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/a74b31e6-ff01-4483-b38a-76c8322864f6.jpg)