ମାଲକାନଗିରି: କଥାରେ ଅଛି, ‘ଯେ ପାଞ୍ଚେ ପରମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ।’ ଏଭଳି ଘଟଣା ଛତିଶଗଡ଼ର ସୁକମା ଜିଲ୍ଲାରେ ଦେଖିବାକୁ ମିଳିଛି। ଯବାନଙ୍କୁ ଟାର୍ଗେଟ କରି ଲାଣ୍ଡମାଇନ୍ ଖଂଜୁ ଥିବା ବେଳେ ଜଣେ ନକ୍ସଲର ବିସ୍ଫୋରଣରେ ମୃତ୍ୟୁ ହୋଇଛି।
କୁହାଯାଉଛି ଯେ, ନକ୍ସଲମାନେ ସୁକମା ଜିଲ୍ଲା ମାର୍କାଗୁଡ଼ା ରାସ୍ତାରେ ସର୍ଚ୍ଚଅପରେସନ ପାଇଁ ଯାଉଥିବା ଯବାନଙ୍କୁ ଟାର୍ଗେଟ କରି ଲାଣ୍ଡମାଇନ ଖଂଜୁ ଥିଲେ। ହିଂସା ଉଦ୍ଦେଶ୍ୟରେ ନକ୍ସଲମାନେ ଏହି ଖରାପ କାମ କରୁଥିଲେ। ତେବେ କୌଣସି ମତେ ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ନକ୍ସଲ ଆଘାତ ପାଇଥିଲା ଏବଂ ପରେ ତାର ମୃତ୍ୟୁ ହୋଇଥିଲା। ଖୁସିର କଥା ହେଲା ଯେ, ବିସ୍ଫୋରଣ ଯୋଗୁଁ ନକ୍ସଲର ମୃତ୍ୟୁ ହୋଇଛି। ଯଦି ନକ୍ସଲର ମୃତ୍ୟୁ ହୋଇ ନଥାନ୍ତା, ତା‘ହେଲେ ସମ୍ଭବତଃ ଯବାନମାନଙ୍କୁ ଏହା ବଡ଼ କ୍ଷତି ପହଞ୍ଚିଥାନ୍ତା।