ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ କ୍ୟାଡର ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ପ୍ରାୟ ସାଢେ ୫ଟାରେ ଜରାମଙ୍ଗିଆ ନିକଟରେ ଡିଆରଜି ପୁଲିସ ଓ ଭୈରମଗଡ ପୁଲିସର ମିଳିତ କମ୍ବିଂ ସମୟରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ନକ୍ସଲ କମାଣ୍ଡର ମାଲେଶର ନେତୃତ୍ୱରେ କ୍ୟାମ୍ପ କରିଥିବା ପ୍ରାୟ ୨୫ରୁ ୩୦ ନକ୍ସଲ ପୁଲିସକୁ ଦଖିବା ମାତ୍ରେ ଗୁଳି ଚଳାଇଥିଲେ। ପୁଲିସ ମଧ୍ୟ ପାଲଟା ଜବାବ ଦେବାରୁ ଉଭୟ ପଟୁ ପ୍ରାୟ ଅଧ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଶେଷରେ ପୁଲିସ ଗୁଳିର ସାମ୍ନା କରିନପାରି ନକ୍ସଲ ଘଟଣା ସ୍ଥଳରୁ ଦୌଡି ପଳାଇଥିଲେ। ସର୍ଚ୍ଚ ଅପରେସନ ସମୟରେ ପୁଲିସକୁ ଜଣେ ନକ୍ସଲଙ୍କ ଶବ ମିଳିଥିଲା। ମୃତ ନକ୍ସଲ ମିଲିସିଆ ପ୍ଲାଟୁନ କମାଣ୍ଡର ମୋତି ଫାରସା(୨୮) ବୋଲି ଜଣାପଡିଛି। ସେହିପରି ଗୋଟିଏ ଇନସାସ, ଡିଟୋନେଟର, ଟିଫିନ ବୋମା, ଜୋତା, ନକ୍ସଲ ପୁସ୍ତକ ସମେତ ଦୈନନ୍ଦିନ ସାମଗ୍ରୀ ପୁଲିସ ଘଟଣା ସ୍ଥଳରୁ ଜବତ କରିଛି।

ସମ୍ବନ୍ଧିତ ଖବର