ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ଥ ଛତିଶଗଡର ନାରାୟଣପୁର ଏବଂ କାଂକେର ଜିଲ୍ଲା ସୀମାନ୍ତବର୍ତ୍ତୀ ଆବୁଝମାଡ ଜଂଗଲରେ ପୁଲିସ ନକ୍ସଲ ମଧ୍ୟରେ ଗତ ଦୁଇ ଦିନ ତଳେ ଗୁଳିବିନିମୟ ହୋଇଥିଲା।ଏହି ଗୁଳିବିନିମୟରେ ୫ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ପୁଲିସ ଜବତ କରିଥିଲା। ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ପାଖରେ ଏସଏଲଆର ଏବଂ ଇନସାସ୍ ଭଳି ବନ୍ଧୁକ ରହିଥିଲା।ମୃତ୍ୟୁବରଣ କରିଥିବା ସମସ୍ତ ନକ୍ସଲଙ୍କୁ ଚିହ୍ନଟ କରାଯାଇଛି।
ଏମାନେ ହେଲେ ସଂଗଠନର ଡିଭିସିଏମ ସଦସ୍ୟ ବନୋଜା ମିଚା କାରାମ(୪୨)। ବନୋଜା ନାମାରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ସେହିପରି ଏସିଏମ ସୁରେଶ ଗାବଡେ(୩୦)। ସୁରେଶ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରହିଥିଲା।ପାର୍ଟି ସଦସ୍ୟ ସଂତୋଷ କୁରଚାମୀ(୩୫),ମନିଷ ପଦ୍ଦା(୩୫) ଏବଂ ପୁନିତା(୨୧)। ଏହି ତିନି ଜଣ ପାର୍ଟି ସଦସ୍ୟ ନାମରେ ମଧ୍ୟ ସରକାର ୫ ଲକ୍ଷ ଟଂକା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୨ ଜଣ ମହିଳା ଏବଂ ୩ ଜଣ ପୁରୁଷ ମାଓବାଦୀ ଥିଲେ। ତେବେ ଯବାନ ସର୍ଚ୍ଚ ଅପରେସନ କରି ପୁଲିସ ମୁଖ୍ୟାଳୟକୁ ଫେରୁଥିବା ବେଳେ ନକ୍ସଲ ରାସ୍ତାରେ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ। ଯବାନ ଅତି ସତର୍କତାର ସହ ଜଂଗଲରେ ଲ୍ୟାଣ୍ଡମାଇନକୁ ଠାବ କରିଥିଲେ। ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ଏହି ବୋମାକୁ ନିଷ୍କ୍ରିୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/11/18/lbjlNxF7qoixWBeqVkyn.jpg)