ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଂଗଲରେ ପୁଣି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଥିବା ଜଣାପଡିଛି। ଘଟଣା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଏବଂ ସିଆରପିଏଫ ଯବାନ ଆବୁଝମାଡ ଅଂଚଳର ସୋନପାରୁ ଏବଂ କୋହକାମେଟା ଥାନା ଅଂଚଳର ଜଂଗଲରେ ଚଢାଉ କରିଥିଲେ।
ଗତକାଲି ନକ୍ସଲ ସହ ପୁଲିସର ସାମ୍ନା ହୋଇଥିଲା। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ।ପରେ ଯବାନ ମଧ୍ୟ ନିଜକୁ ସୁରକ୍ଷିତ ରଖି ନକ୍ସଲ ଉପରେ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି। ସହିଦ ହୋଇଥିବା ଯବାନ ଜଣକ ହେଲେ ବିରେନ୍ଦ୍ର କୁମାର ସୋରୀ।
ଗତ ୨୦୧୦ରେ ସେ ନାରାୟଣପୁର ଜିଲ୍ଲା ପୁଲିସରେ ଭର୍ତ୍ତି ହୋଇଥିଲେ। ଆଜି ତାଂକ ମୃତଶରୀରକୁ ହେଲିକପ୍ଟର ଯୋଗେ ନାରାୟଣପୁର ଜିଲ୍ଲା ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ଅଣାଯିବ ବୋଲି ଜଣାପଡିଛି। ସହିଦ ଯବାନଙ୍କୁ ତୋପ ସଲାମି ଦେବା ପରେ ତାଂକ ପୈତୃକ ଗ୍ରାମ କାଂକେର ଜିଲ୍ଲାର ଭରିମପାନି ନରହପୁରକୁ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/30/lTncPqmyqVCKMijFGJkZ.jpg)