ଚାଷୀଙ୍କୁ ମିଳୁନି ହକ୍: ମାଓନେତ୍ରୀ ଅରୁଣା

ମାଲକାନଗିରି : ଚାଷୀଙ୍କୁ ହକ୍ ମିଳୁନି। ଅବହେଳିତ ହୋଇ ରହିଛନ୍ତି। ଏଥିପାଇଁ ମାଓବାଦୀ ସଂଗଠନ ଲଢ଼େଇ କରୁଛି। ମାଓନେତ୍ରୀ ଅରୁଣା ଆଜି ପ୍ରେସ ବିଜ୍ଞପ୍ତି ଜରିଆରେ ଏହା ପ୍ରକାଶ କରିଛନ୍ତି। ମାଲକାନଗିରି-ବିଶାଖା ବର୍ଡର ଡିଭିଜନର ମାଓନେତ୍ରୀ ଅରୁଣା ତେଲୁଗୁ ଭାଷାରେ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ୧୯୬୮ ମସିହାରୁ ଆରମ୍ଭ ହୋଇଥିବା ନକ୍ସଲ ସଂଗଠନ ଗରିବ, ଶ୍ରମିକ, ଚାଷୀ, ଆଦିବାସୀଙ୍କ ପାଇଁ ଲଢ଼େଇ କରି ଆସୁଛି। କିନ୍ତୁ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ନ୍ୟାଯ୍ୟ ହକ୍ ମିଳିପାରିଲା ନାହିଁ। ୧୯୬୮ରୁ ଆଜି ପର୍ଯ୍ୟନ୍ତ ଯେତେ ସବୁ ସରକାର କ୍ଷମତାକୁ ଆସିଛନ୍ତି ସମସ୍ତେ ଚାଷୀଙ୍କୁ ହତାଶ ହିଁ କରିଛନ୍ତି। ତେଣୁ ଆଜି ବି ଚାଷୀ ନିଜ ହକ୍ ପାଇଁ ଲଢେଇ ଜାରି ରଖିଛି। ଚାରୋଟି ଯାକ ରାଜ୍ୟରେ ଚାଷୀଙ୍କୁ ତାଂକର ଦାବି ମିଳିପାରୁନାହିଁ। ଧାନ ବିହନ ମିଳିବା ଠାରୁ ଆରମ୍ଭ କରି ଧାନ ବିକ୍ରି କରିବା ପର୍ଯ୍ୟନ୍ତ ଚାଷୀ କେବଳ ନିର୍ଯାତିତ ହେଉଛନ୍ତି। ଏମିତି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅରୁଣା କେବଳ ଚାଷୀଙ୍କ ଦୁର୍ଦଶା ଏବଂ ସମସ୍ୟା କଥା ହିଁ ଏହି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି। ଶେଷରେ ଚାଷୀଙ୍କୁ ସେମାନଙ୍କ ହକ୍ ପ୍ରଦାନ କରାଯାଉ ବୋଲି ମାଓନେତ୍ରୀ ଅରୁଣା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର