ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନକ୍ସଲଙ୍କ ବିରୋଧ

କାଲିମେଳା: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସୁଛନ୍ତି। ତେବେ ମୋଦିଙ୍କ ଏହି ଗସ୍ତକୁ ସିଧାସଳଖ ବିରୋଧ କରିଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ପୋଷ୍ଟର ମାରି ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟର ଗୁଡିକରେ ହିନ୍ଦୁ ଫାଶିବାଦୀ ନରେନ୍ଦ୍ର ମୋଦି ମୁସଲିମ ଆଦିବାସୀ ମହିଳା ସଂଖ୍ୟାଲଘୁଙ୍କ ହତ୍ୟାକାରୀ ବୋଲି ଏଥିରେ ଦର୍ଶାଯାଇଛି। ପ୍ରଧାନମନନ୍ତ୍ରୀ ଓଡ଼ିଶାକୁ ବିକାଶ କରିବାକୁ ଆସୁନାହାନ୍ତି। ବରଂ ଓଡ଼ିଶାରେ ଥିବା ଖଣିଜ ସଂପତ୍ତି ସବୁ ବିଦେଶୀ କଂପାନିଙ୍କ ହାତକୁ ଟେକି ଦେବାକୁ ଆସୁଛନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି। ତଳେ ସିପିଆଇ ମାଓବାଦୀ ଆଞ୍ଚଳିକ କମିଟି ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି। ଏହିସବୁ ବ୍ୟାନର କାଲିମେଳା ହାଟପଦା ଓ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଗଛରେ ଲଗାଯାଇଥିଲା। କାଲିମେଳା ପୁଲିସ ଖବର ପାଇ ଉକ୍ତ ବ୍ୟାନର ଜବତ କରି ଥାନାକୁ ନେଇଯାଇଥିଲା। ଏ ସଂପର୍କରେ କାଲିମେଳା ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କୁ ପଚାରିବାରୁ ଉକ୍ତ ପୋଷ୍ଟର ଗୁଡ଼ିକୁ ମାଓବାଦୀ ନା’ ଅନ୍ୟ କିଏ ଲଗାଇଛି ତାହା ଅନୁସନ୍ଧାନ କରାଯାଉଛି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର