ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୩ ନମ୍ବର ଗ୍ରାମରେ ଆଜି ଜଣେ ଯୁବତୀ ବେକରେ ରଶି ଦେଇ ଜୀବନ ହାରିଛନ୍ତି। ଯୁବତୀ ଜଣକ ସ୍ଥାନୀୟ ଏକ ଘରୋଇ ନର୍ସିଂ କଲେଜରେ ଶେଷ ବର୍ଷର ଛାତ୍ରୀ ଥିଲେ। ଛାତ୍ରୀ ଜଣକ ହେଲେ ଏମଭି-୧୩ ନମ୍ବର ଗ୍ରାମର ବୃନ୍ଦାବନ ବିଶ୍ବାସଙ୍କ ଝିଅ ଅଙ୍କିତା ବିଶ୍ବାସ(୨୧)।
ବାପା ବୃନ୍ଦାବନଙ୍କ ଅଭିଯୋଗ ହେଲା ଏମଭି-୬୦ ନମ୍ବର ସୁଜୟ ନାମକ ଜଣେ ପୁଅ ମୋ ଝିଅକୁ ବାରମ୍ବାର ଫୋନ କରୁଥିଲା। ସେ ତାକୁ ଭଲ ପାଉଥିଲା। ବିବାହ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା। ତେବେ ଗତ ଦୁଇ ଦିନ ତଳେ ସେ କଲେଜରୁ ମୋତେ ନେଇଯାଅ ବୋଲି ଫୋନ କରିଥିଲା। ମୁଁ କଲେଜକୁ ଯାଇ ତାକୁ ଘରକୁ ଆଣିଲି। ଘରେ ସେ ସେହି ପୁଅ ସହ କଥାବାର୍ତ୍ତା ହେଉଥିଲା। ସୁଜୟ ବହୁ ଦିନ ଧରି ଅଙ୍କିତା ସହ କଥାବାର୍ତ୍ତା କରୁନଥିଲା। ଏନେଇ ସେ ତାକୁ ପଚାରିଥିଲା। ସୁଜୟ ସାମ୍ନାରେ ହିଁ ବଟିକାଗୁଡିକ ଖାଇ ଦେଇଥିଲା। ତୁରନ୍ତ ସୁଜୟ ଏବଂ ଅନ୍ୟ କିଛି ଲୋକ ଅଙ୍କିତାକୁ ଦୁଇ ଦିନ ତଳେ ମାଲକାନଗିରି ମେଡିକାଲକୁ ଆଣିଥିଲେ। ଗତକାଲି ରାତିରେ ସୁସ୍ଥ ହେବା ପରେ ଘରକୁ ନେଇଥିଲେ।
ବୁଧବାର ରାତିରେ ଅଙ୍କିତା ବାପାଙ୍କୁ କହିଥିଲା ଯେ କାଲି ସୁଜୟ ଘରକୁ ମୋତେ ନେଇ ଛାଡିକି ଆସିବ। ବାପା ବୃନ୍ଦାବନ ମଧ୍ୟ ହଁ କହିଥିଲେ। ସକାଳୁ ସମସ୍ତେ ସୁଜୟ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅଙ୍କିତା ଘରେ ବେକରେ ଦୌଡ଼ି ଦେଇ ଜୀବନ ହାରିଥିଲା। ତୁରନ୍ତ ବାପା ଅଙ୍କିତାକୁ ମାଲକାନଗିରି ମେଡିକାଲକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏବେ ବାପା ସୁଜୟକୁ ଫାଶୀ ଦେବାକୁ ଦାବି କରିଛନ୍ତି। ବାହା ହେବାର ପ୍ରତିଶ୍ରୁତି ଦେଇ ସେ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି। ସେ କାହିଁକି ମୋ ଝିଅ ସହ ଏତେ ଦିନ ସଂପର୍କ ରଖିବା ପରେ ଏବେ ଧୋକା ଦେଲା ବୋଲି ବାପା କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ମୁଁ ସୁଜୟକୁ ବାରମ୍ବାର ଝିଅ ସହ କଥା ଜାରି ରଖିବା ପାଇଁ ଅନୁରୋଧ କରିଥିଲେ ବୋଲି ସେ କହିଛନ୍ତି। କାରଣ ସେ କେତେବେଳେ ଜୀବନ ହାରିଦେବ ବୋଲି କହିଥିଲି। କିନ୍ତୁ କେହି ମୋ କଥାକୁ ଗୁରୁତ୍ବର ସହ ନେଲେ ନାହିଁ। ତେଣୁ ତାକୁ ଉଚିତ ଶାସ୍ତି ଦିଆଯାଉ ବୋଲି ବାପା ବୃନ୍ଦାବନ ଦାବି କରିଛନ୍ତି।
Malkangiri