ମାଥିଲି: ରାସ୍ତା କାମକୁ ବିରୋଧ କରି ଆଜି ସ୍ପଷ୍ଟ ଦିବାଲୋକରେ ମାଓବାଦୀ ଏକ ରୋଲରକୁ ପୋଡ଼ି ଦେଇଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲ୍ଲୀ ପଞ୍ଚାୟତର ଲୁଲେର ଏବଂ ତୁର୍କାଗୁଡ଼ା ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାମ ଚାଲିଛି। ଏହି ରାସ୍ତା କାମକୁ ବିରୋଧ କରି ମାଓବାଦୀ ଆଜି ଏଠାରେ ରାସ୍ତା କଡ଼ରେ ଥିବା ରୋଲରକୁ ପୋଡ଼ି ଦେଇଥିଲେ। ନିକଟରେ ଥିବା ଜାଳେଣି କାଠ ସହାୟତାରେ ରୋଲରକୁ ପୋଡ଼ାଯାଇଥିବା ଜଣାପଡିଛି। କିଆଙ୍ଗ ଅଞ୍ଚଳର ଠିକାଦାର ଉଦୟନାଥ ମାଦ୍ରୀ ଏହି ରାସ୍ତା କାମ କରୁଥିବା ବେଳେ ମାଓବାଦୀ ଏହାକୁ ବିରୋଧ କରୁଥିଲେ। ଗାଡ଼ି ପୋଡ଼ିବା ପରେ ଏଠାରେ ମାଓବାଦୀ ପୋଷ୍ଟର ଛାଡ଼ିଛନ୍ତି। ଏଥିରେ ଦରଭା ଡିଭିଜନ୍ ମାଓବାଦୀଙ୍କ ସଂପୃକ୍ତି ଥିବା କୁହାଯାଉଛି। ସ୍ପଷ୍ଟ ଦିବାଲୋକରେ ମାଓବାଦୀ ଲୁଲେର ଗ୍ରାମକୁ ଆସିବା ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ମାଓବାଦୀଙ୍କ ଏଭଳି କାଣ୍ଡ ସଂପର୍କରେ ସୂଚନା ମିଳିଥିବା କହିଛନ୍ତି ମାଲକାନଗିରି ଏସପି ଜଗମୋହନ ମୀନା।
ଏଠାରେ ସୂଚନା ଯୋଗ୍ୟ ଯେ ମାଲକାନଗିରି ଜିଲ୍ଲା ଗତ ମାସରେ ମାଓବାଦୀ ବିଭିନ୍ନ ରାସ୍ତା କାମକୁ ବିରୋଧ କରି ୩ଟି ସ୍ଥାନରେ ୨୦ରୁ ଊର୍ଧ୍ୱ ଗାଡ଼ି ଜାଳି ଦେଇଥିଲେ।
ରାସ୍ତା କାମକୁ ବିରୋଧ, ଗାଡ଼ି ପୋଡ଼ିଲେ ମାଓବାଦୀ
/sambad/media/post_attachments/wp-content/uploads/2018/01/malkan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)