କେନାଲରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ସାମବାୟଗୁଡା ନିକଟ କେନାଲରେ ବୁଡ଼ି ଆଜି ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟାରେ ଅଗ୍ନିଶମ ବିଭାଗକୁ ଖବର ମିଳିଥିଲା ଯେ ଜଣେ ବୃଦ୍ଧ କେନାଲରେ ବୁଡ଼ିଗଲେ। ଏହାପରେ ଅଗ୍ନିଶମ ବିଭାଗ ସହକାରୀ ଜିଲ୍ଲା ଅଧିକାରୀ ସୀମାଞ୍ଚଳ ପାଢୀଙ୍କ ନେତୃତ୍ୱରେ ଏକ ଟମ୍‌ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ବୃଦ୍ଧଙ୍କ ଶବ ଉଦ୍ଧାର କରାଯାଇଛି। ମୃତକ ସ୍ଥାନୀୟ ସାମବାୟଗୁଡା ଅଞ୍ଚଳର ସୁନାଧର ନାଗ (୫୦) ବୋଲି ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ସୁନାଧର ରୋଗାକ୍ରାନ୍ତ ଥିଲେ। ଗାଧୋଇବା ସମୟରେ ହଠାତ୍‌ ଅସୁସ୍ଥ ହୋଇ ବୁଡ଼ି ଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର