ମାଲକାନଗିରି: ଜିଲ୍ଲାର ମାଥିଲି ଥାନା ଅଂଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଲୋକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ମାଥିଲି ବ୍ଲକ କାର୍ତ୍ତନପାଲି ପଂଚାୟତର ବାରଗାଁ ଗ୍ରାମର ସମଦ ଦୁରୁଆ ଗତ କିଛିଦିନ ହେଲା ବୈପାରିଗୁଡା ବ୍ଲକ୍ର ଦଣ୍ଡାବାଡ଼ି ପଂଚାୟତର ରତାଖଣ୍ଡି ଗ୍ରାମରେ ରହୁଥିବା ସମ୍ପର୍କୀୟଙ୍କ ଘରେ ବୁଲିବାକୁ ଆସିଥିଲେ। ତେବେ ଆଜି ସେ କାର୍ତ୍ତନପାଲି ଯିବାକୁ ବାହାରି ଥିଲେ। ସାଙ୍ଗରେ ଦଣ୍ଡାବାଡି ପଂଚାୟତର ଡିସାରିଗୁଡ଼ା ଗ୍ରାମର ଗୁପ୍ତ ପ୍ରସାଦ ଚେରକିଆଙ୍କୁ ସାଙ୍ଗରେ ନେଇଥିଲେ।
ମାଥିଲି ଥାନା ଅନ୍ତର୍ଗତ ସରଦାପୁଟ ନିକଟରେ ବାଇକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା। ଫଳରେ ଦୁଇଜଣ ଛିଟିକି ପଡ଼ିଥିଲେ। ତେବେ ଦୁଇ ଜଣଙ୍କ ମଧ୍ୟରୁ ସମଦଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ଗୁପ୍ତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ମାଥିଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/31/ZT21LCL8pC7jC5OylNjH.jpg)