ପଡିଆ: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ବ୍ଲକର କମାରଗୁଡା ଏବଂ କୁର୍ତି ରାସ୍ତାରେ ଅଟୋ ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ କୁର୍ତି ଗ୍ରାମର ଗହ୍ମା କାବାସି ନିଜ ମଟର ସାଇକେଲ (ଓଡି ୩୦ବି ୦୨୫୯)ରେ ପଡିଆକୁ କିଛି ଜିନିଷ କିଣିବାକୁ ଯାଇଥିଲେ। ଜିନିଷ କିଣି ଫେରୁଥିବା ସମୟରେ କମାରଗୁଡା ନିକଟରେ ବିପରିତ ଦିଗରୁ ଆସୁଥିବା ଅଟୋରିକ୍ସା (ଓଡି ୩୦ଏ ୧୭୯୦) ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଯାହାଫଳରେ ଗହ୍ମା ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଆସି ଗହ୍ମାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏନେଇ ପଡିଆ ଥାନାରେ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ ହୋଇଛି।
ଦୁର୍ଘଟଣାରେ ଜଣେ ମୃତ
/sambad/media/post_attachments/wp-content/uploads/2018/07/malk-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)