ମାଲକାନଗିରି: ଗୁଣିଗାରେଡ଼ି ସନ୍ଦେହରେ ଗଳା କାଟି ହତ୍ୟା

ମାଲକାନଗିରି: ପଡ଼ିଆ ବ୍ଲକର ବାପନପାଲି ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଜଣେ ଲୋକଙ୍କୁ ହତ୍ୟା କାରଯାଇଥିବା ଅଭିଯୋଗ ହୋଇଛି। ମିଳିିଥିବା ସୂଚନା ଅନୁସାରେ ରାତି ୧ଟାରୁ ୨ଟା ହେବ ଗ୍ରାମର ଇର୍ମା କାବାକି (୫୫) ଘରକୁ ପଦିଆ କାବାକି, ବୁଜି କାବାକି ଓ ଦେବା କାବାକି ଆସିଥିଲେ। ସେମାନେ ଇର୍ମାକୁ ଖୋଜାଖୋଜି କରି ପାଇ ନଥିଲେ। ପରିବାର ଲୋକଙ୍କୁ ପଚାରିବାରୁ ଇର୍ମା ମାଛ ଧରିବା ପାଇଁ ବିଲକୁ ଯାଇଥିବା ଜାଣି ପାରିଥିଲେ। ପରେ ସୋମାନେ ଆଉ ୧୨ଜଣ ଲୋକଙ୍କୁ ସାଥିରେ ନେଇ ଗ୍ରାମ ନିକଟରେ ପ୍ରବାହିତ ହେଉଥିବା ନାଳକୁ ଯାଇଥିଲେ। ସେଠାରେ ପ୍ରାୟ ୧୫ଜଣ ଲୋକ ଇର୍ମାକୁ ଗଳାକାଟି ହତ୍ୟା କରିବା ପରେ ନାଳରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ଅନ୍ୟପକ୍ଷରେ ଇର୍ମା ଘରକୁ ସକାଳ ସୁଦ୍ଧା ନଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ପଡୁଥିଲେ।

ଗ୍ରାମର କିଛି ଲୋକ ଗୁରୁବାର ସକାଳୁ ନାଳକୁ ଆଡକୁ ଯାଇଥିବା ବେଳେ, ଇର୍ମାର ମୃତଦେହ ନାଳରେ ପଡ଼ିଥିବା ଦେଖିଥିଲେ। ଏ ସମ୍ପର୍କରେ ଗ୍ରାମର ଲୋକେ ପ୍ରଥମେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରେ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦେଇ ଘଟଣାର ତଦନ୍ତ କରୁଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାର ଗୁଣିଗାରେଡ଼ି ସନ୍ଦେହରେ ଇର୍ମାକୁ ହତ୍ୟା କରାଯାଇଛି।

ସମ୍ବନ୍ଧିତ ଖବର