ଚିତ୍ରକୋଣ୍ଡା: ମାଲକାନଗିରି-କୋରାପୁଟ-ବିଶାଖା ଡିଭିଜନ ମାଓ ସଂଗଠନ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଇ ନିର୍ମାଣଧୀନ ପୋଲାଭରମ ପ୍ରକଳ୍ପକୁ ବିରୋଧ କରାଯାଇଛି। ଗରିବ ଆଦିବାସୀଙ୍କୁ ବିସ୍ଥାପିତ କରି ଶାସକ, ଉଚ୍ଚ ବର୍ଗ ତଥା ପୁଞ୍ଜିପତିଙ୍କୁ ଲାଭ ପାଇଁ ନିର୍ମାଣଧୀନ ହେଉଥିବା ଏହି ପ୍ରକଳ୍ପ ବିରୋଧରେ ମାଓ ସଂଗଠନର ଲଢେଇ ଜାରି ରହିବ। ଏହାକୁ ବିରୋଧ କରି ଜୁଲାଇ ୨୦ ତାରିଖ ଦିନ ମାଲକାନଗିରି ଜିଲ୍ଲା ବନ୍ଦ କରିବା ପାଇଁ ଡାକରା ଦେଇଛି। ଜମି, ଜଙ୍ଗଲ, ପାଣି, ଗରିବ ଓ ଅବହେଳିତ ଦଳିତ ଆଦିବାସୀଙ୍କ ହକ୍ ପାଇଁ ମାଓ ସଂଗଠନର ଲଢେଇ ଜାରି ରହିବ। ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଓ ବିସ୍ଥାପିତ ହେଉଥିବା ସମସ୍ତ ଜନତା ଏକାଠି ହୋଇ ନିର୍ମାଣଧୀନ ଏହି ପ୍ରକଳ୍ପକୁ ବିରୋଧ କରିବା ପାଇଁ ଆହ୍ଵାନ ଦେଇଛନ୍ତି।
ମାଓ ପୋଷ୍ଟରରେ ପୋଲାଭରମ ପ୍ରକଳ୍ପକୁ ବିରୋଧ
/sambad/media/post_attachments/wp-content/uploads/2018/07/maoists.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)