କାଲିମେଳା: ଦାଦନଦୁଃଖ, ଘରଆଗରେଶବଛାଡ଼ିମାଲିକଫେରାର | ଏପରିଏକଅଭାବନୀୟଘଟଣାଦେଖିବାକୁମିଳିଛିକାଲିମେଳାଥାନାଅନ୍ତର୍ଗତଅମ୍ବାଗୁଡାଗ୍ରାମରେ| ଆଜିଭୋରସାଢ଼େ୪ଟାସମୟରେଅମ୍ବାଗୁଡ଼ାଗ୍ରାମରପଦିଆମାଢିଙ୍କଶବକୁଘରଆଗରେଫୋପାଡ଼ିଦେଇମାଲିକଫେରାରହୋଇଯାଇଥିବାରମୃତକଙ୍କପରିବାରପକ୍ଷରୁଅଭିଯୋଗହୋଇଛି।
ଅମ୍ବାଗୁଡା ଗ୍ରାମର ପଦିଆ ମାଢି(୫୦) ୪ ମାସ ତଳେ କର୍ଣ୍ଣାଟକର ଏକ ବୋର ୱେଲ କମ୍ପାନୀରେଶ୍ରମିକଭାବରେ କାମ କରିବାକୁ ଯାଇଥିଲେ | ପଦିଆଙ୍କ ସହ ଗ୍ରାମର ଅନ୍ୟ ଦୁଇଜଣ ଲୋକ ମଧ୍ୟ ଏହି କମ୍ପାନୀରେ କାମ କରୁଥିଲେ | ଗତକାଲି କୌଣସି କାରଣରୁ ଗାଡ଼ିରୁ ଖସି ପଡ଼ିବାରୁ ଛାତିରେ ଲୁହା ଛଡ଼ ପଶି ଯାଇ ମୃତ୍ୟୁବରଣ କରିଥିଲେ | ହେଲେ କମ୍ପାନୀ ପକ୍ଷରୁ ପରିବାରକୁ କୌଣସି ଆଗୁଆ ସୂଚନା ନ ଦେଇ ଆଜି ଭୋର ସମୟରେ ଘର ଆଗରେ ମୃତ ପଦିଆଙ୍କର ଶବ ପକାଇ ଦେଇ ଫେରାର ହୋଇଯାଇଥିଲେ |
ଆହୁରି ପଢନ୍ତୁ - Bowler Aquib Nabi ଚର୍ଚ୍ଚାର କେନ୍ଦ୍ରରେ ଦ୍ରୁତ ବୋଲର୍ ଆକିବ୍ ନବି
ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି
ଏ ସମ୍ପର୍କରେ ମାଲିକଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ | ଘର ଚଳାଇବା ପାଇଁ ଦାଦନ ଖଟିବାକୁ ଯାଇଥିବା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/27/untitledpg-2026-02-27-13-00-51.jpeg)