ମାଲକାନଗିରି: ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ଇତି ମଧ୍ୟରେ ତିନି ବର୍ଷ ବିତିଯାଇଥିବା ବେଳେ ଏହାର ତଦନ୍ତ ଭାର ଓଡ଼ିଶା କ୍ରାଇମବ୍ରାଞ୍ଚ ହାତକୁ ନେବା ପରେ କୌଣସି ତଦନ୍ତ ନକରି ୩ ବର୍ଷ କାଳ ଚୁପ ରହିଥିଲା।ତେଣୁ କଟକ ଜିଲ୍ଲା କୋର୍ଟରେ ତାଙ୍କ ପତ୍ନୀ ବନଜା ଏକ କ୍ରିମିନାଲ ଅପିଲ ଫାଇଲ କରିଥିବା ଆଜି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ମନୀଷ ଅଗ୍ରଓ୍ବାଲ ଓଡ଼ିଶା ହାଇକୋର୍ଟରୁ ନିଜ ପାଇଁ ଏକ ଅନ୍ତରୀଣ ସୁରକ୍ଷା ଅତି ଚଞ୍ଚକତା ପୂର୍ଣ୍ଣ ଭାବେ ନିଜ ପାଇଁ ଯୋଗାଡ଼ କରି ବସି ରହିଥିଲେ। ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ବନଜା ପଣ୍ଡା ହାଇକୋର୍ଟର ଦ୍ବାରସ୍ଥ ହେବା ପରେ ହାଇକୋର୍ଟଙ୍କ ନିର୍ଦେଶକୁ ପାଳନ କରିବାକୁ ଯାଇ ଏକ ଜାଲିଆତି ପୂର୍ଣ୍ଣ ଷ୍ଟାଟସ୍ ରିପୋର୍ଟ କ୍ରାଇମବ୍ରାଞ୍ଚର ଭାରପ୍ରାପ୍ତ ତଦନ୍ତକାରୀ ଡିଏସପି ଦେବବ୍ରତ ଚକ୍ର ଏକ ମିଥ୍ୟା ଆଫିଡେଭିଟ କୋର୍ଟରେ ଫାଇଲ କରିଥିଲେ ବୋଲି ବନଜା ପ୍ରକାଶ କରିଛନ୍ତି। ଏହାର ମାତ୍ର କେତେ ଦିନ ପରେ ଡିଏସପି ଦେବବ୍ରତ ଚକ୍ର ମର୍ଡର କେସଟିକୁ ସବୁଦିନ ପାଇଁ ଦବେଇ ଦେବାକୁ ଏକ ମିଥ୍ୟା ଫାଇନାଲ ରିପୋର୍ଟ ପ୍ରଥମେ ହାଇକୋର୍ଟରେ ଦାଖଲ କରି ତଦନ୍ତ ପ୍ରକ୍ରିୟା ଶେଷ ହୋଇଯାଇଥିବା ଦର୍ଶାଇଥିଲେ।
/sambad/media/post_attachments/wp-content/uploads/2023/02/m-a-1024x1024.jpg)
ଦେବବ୍ରତଙ୍କ ଏହି ଫର୍ଜରି ରିପୋର୍ଟଜନିତ ଅପରାଧିକ ଆଚରଣ ବିରୁଦ୍ଧରେ କଟକ ଏସଡିଜେଏମଙ୍କ କୋର୍ଟରେ ବନଜା ପଣ୍ଡା ଏକ କମ୍ପ୍ଲେନ କେସ ଫାଇଲ କରିଥିଲେ, ଯାହା ପର ଅବସ୍ଥାରେ ଏସଡିଜେଏମଙ୍କ କୋର୍ଟରେ ଖାରଜ ହୋଇଯାଇଥିଲା। ଏସଡିଜେଏମଙ୍କ ଏହି ଅର୍ଡର ବିରୋଧରେ କଟକ ଜିଲ୍ଲା ଜଜ କୋର୍ଟରେ କ୍ରାଇମବ୍ରାଞ୍ଚର ଡିଏସପି ଦେବବ୍ରତ ଚକ୍ର ଅପରାଧିକ ଉଦେଶ୍ୟ ରଖି ନିଜେ ଫର୍ଜରି କରି ଏକ ମନଗଢା ରିପୋର୍ଟ ପ୍ରସ୍ତୁତ କରି ହାଇକୋର୍ଟଙ୍କୁ ଦାଖଲ କରିଥିଲେ ବୋଲି ପ୍ରକାଶ କରିଛନ୍ତି। ତେବେ ଏହି କେସ୍ କେଉଁ ଆଡ଼କୁ ଗତି କରୁଛି ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Mal-2.jpg)