ମାଲକାନଗିରିରେ ବଜ୍ରକାପ୍ତା ଉଦ୍ଧାର, ୭ ଗିରଫ

ମାଲକାନଗିରି/ଭୁବନେଶ୍ୱର: ପୁଣି ଥରେ ବୁଧବାର ମାଲକାନଗିରି ଜିଲ୍ଲାରୁ ଦୁର୍ଲଭ ପ୍ରାଣୀ ‘ବଜ୍ରକାପ୍ତା’ ଉଦ୍ଧାର ହୋଇଛି। ବନ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଚଢ଼ାଉ କରାଯାଇ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏମ୍‌ଭି-୧୦ ଗାଁ ନିକଟରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଦୁର୍ବୃତ୍ତମାନେ ବଜ୍ରକାପ୍ତାକୁ ବାହାରକୁ ଚାଲାଣ କରି ପ୍ରଚୁର ଟଙ୍କା ରୋଜଗାର କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି।

ବିଦେଶକୁ ବଜ୍ରକାପ୍ତା ଚାଲାଣ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ନିଶାରେ ରାଜ୍ୟର ବିଭିନ୍ନ ସ୍ଥାନରେ ର‍୍ୟାକେଟ କାମ କରୁଛି। ଡିସେମ୍ବରରେ କିଛିଦିନ ମଧ୍ୟରେ ବଜ୍ରାକାପ୍ତ ଚୋରା ଚାଲାଣ ଅଭିଯୋଗରେ ଅନେକ ଗୁଡ଼ିଏ ଅଭିଯୁକ୍ତ ଗିରଫ ହୋଇଛନ୍ତି।

 

ସମ୍ବନ୍ଧିତ ଖବର