କାଲିମେଳା: କୋଲକାତା ଚାଲାଣ ହେଉଥିବା ବେଳେ କଂକୁରୁକୋଣ୍ଡା ନାଳ ନିକଟରେ ମାଡ଼ି ବସିଲା ବନ ବିଭାଗ। ୧୨ କେଜି ଓଜନର ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି। କୋଲକାତା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ସମେତ ୮ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି କାଲିମେଳା ବନ ବିଭାଗ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କାଲିମେଳାର ଜଣେ ଥିବା ବେଳେ ସୁଧାକୋଣ୍ଡା ଗ୍ରାମର ୫ ଜଣ ରହିଥିବାର ଜଣା ପଡିଛି।
ବଜ୍ରକାପ୍ତାକୁ ୪୦ ଲକ୍ଷ ଟଙ୍କାରେ କିଣିବାକୁ ବ୍ୟବସାୟୀଜଣଙ୍କ କୋଲକାତାରୁ ଆସି କାଲିମେଳା ଅଞ୍ଚଳରେ ଡେରା ପକାଇଥିଲେ। ଏସଂପର୍କରେ ଗୁପ୍ତ ସୂଚନା ପାଇ କାଲିମେଳା ରେଞ୍ଜରଙ୍କ ନିର୍ଦେଶରେ ପୋଟେରୁ ଫରେଷ୍ଟର ଶିବାନନ୍ଦ ଲେଙ୍କା ଓ ଅନ୍ୟ କର୍ମଚାରୀ ବଜ୍ରକାପ୍ତା ବିକ୍ରି ପାଇଁ ମୁଲଚାଲ ହେଉଥିବାର ଖବର ପାଇ କଂକୁରୁକୋଣ୍ଡା ନାଳ ନିକଟରେ ଚଢ଼ାଉ କରି ବଜ୍ରକାପ୍ତା ଶହ ୮ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/ffe4a68c-e27d-4f53-b051-cf0627c4cc1b.jpg)