ଗର୍ଭବତୀ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଯବାନ, ପେଟ୍ରୋଲିଂ ବୋଟରେ ନେଲେ ହସ୍ପିଟାଲ

ମାଲକାନଗିରି: ମାଲକାନଗିରିରେ ଗୁରୁବାର ଜଣେ ଯବାନଙ୍କ ମହନତାଦେଖିବାକୁ ମିଳିଛି । ଲାଲ ବାହୀନରୁ ଲୋକମାନଙ୍କୁ ରକ୍ଷା କରିବା ସହ ସେମାନଙ୍କ ଅସୁବିଧାରେ ସାହାଯ୍ୟର ହାତ ବଢ଼ାଇଛନ୍ତି ଜଣେ ଯବାନ । ପେଟ୍ରୋଲିଂ କରୁଥିବା ବୋଟରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଇବା ପରେ ତାଙ୍କର ଏହି କାର୍ଯ୍ୟକୁ ଲୋକମାନେ ପ୍ରଶଂସା କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ମାଲକାନଗିରିର ବଡ଼ପଡ଼ାରେ ଜଣେ ଗର୍ଭବତୀ ମହିଳାଙ୍କର ହଠାତ୍‌ ଅସହ୍ୟ ଯନ୍ତ୍ରଣା ଆରମ୍ଭ ହୋଇଯିବା ପରେ ଲୋକମାନେ ତାଙ୍କୁ ଡ଼ାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରିଥିଲେ । କିନ୍ତୁ ଡ଼ାକ୍ତରଖାନା ଯିବା ପାଇଁ ଚିତ୍ରକୋଣ୍ଡା ଡ଼୍ୟାମ୍‌ ପାର ହେବାକୁ ପଡ଼ୁଥିବା ବେଳେ ସେ ସମୟରେ ଗର୍ଭବତୀଙ୍କୁ ନେବା ପାଇଁ କୌଣସି ବୋଟ ମିଳି ନଥିଲା । କୌଣସି ବୋଟ ନଥିବାରୁ ଗାଁ ଲୋକେ ଚିନ୍ତିତ ହୋଇ ଯାଇଥିଲେ । ଅନ୍ୟପକ୍ଷରେ ଏ ବିଷୟରେ ସୂଚନା ପାଇବା ପରେ ଯବାନମାନେ କିଛି ସମୟ ଭିତରେ ଘଟଣାସ୍ଥଳରେ ପହଞ୍ଚି ଗର୍ଭବତୀଙ୍କୁ ଚିତ୍ରକୋଣ୍ଡା ଡ଼୍ୟାମ୍‌ ପାର କରାଇବା ସହ ଏ ନେଇ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲୋ ନଦୀ ଆରପାରିରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ଡ଼ାକ୍ତରଖାନାକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର