ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ସ୍ଥାନୀୟ ବଣ୍ଡା ସଂପ୍ରଦାୟର ଲୋକେ ଜଂଗଲ ଜମି ପଟ୍ଟା ପାଇଥିବାରୁ ସେମାନଙ୍କର ଖୁସି କହିଲେ ନସରେ। ଗତ କିଛି ଦିନ ତଳେ ବଣ୍ଡାଘାଟିକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରି ବସୁନ୍ଧରା, ଗୋଷ୍ଠୀଗତ ଏବଂ ବ୍ୟକ୍ତିଗତ ପଟ୍ଟା ପ୍ରଦାନ କରିଥିଲେ। ଏହାପରେ ଖଇରପୁଟ ତହସିଲ ପକ୍ଷରୁ ମଧ୍ୟ ତଦନ୍ତ କରାଯାଇ ବଣ୍ଡା ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉଥିବା କୁହାଯାଇଛି।
ବର୍ତ୍ତମାନ ସୁଦ୍ଧା ୯୦ ଜଣଙ୍କୁ ବସୁନ୍ଧରା ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୪୧ ଜଣଙ୍କୁ ଗୋଷ୍ଠୀଗତ ଏବଂ ୧୫୦ ଜଣଙ୍କୁ ବ୍ୟକ୍ତିଗତ ପଟ୍ଟା ପ୍ରଦାନ କରାଯାଇଛି। ତେବେ ଏହି ପଟ୍ଟା ପାଇବା ପରେ ଲୋକେ ଖୁସିରେ ନାଜଗୀତରେ ମସୁଗଲ ଥିବା ବେଳେ ପଟ୍ଟା ପରବ ପାଳନ କରିଥିଲେ। ନିଜର ହକ୍ ଦାବି କରିଆସୁଥିବା ବେଳେ ସରକାର ସେମାନଙ୍କର ଦାବିକୁ ପୂରଣ କରିଥିବାରୁ ସମସ୍ତେ ଏକତ୍ରିତ ହୋଇ ଏକ ବିରାଟ ରାଲିର ଆୟୋଜନ କରିଥିଲେ।
ନିଜର ପାରଂପାରିକ ଅସ୍ତ୍ରଶସ୍ତ୍ର ଧରି ସମସ୍ତେ ବାଦ୍ୟର ତାଳେ ତାଳେ ନାଚିଥିଲେ। ପ୍ରତିବର୍ଷ ଏହି ପଟ୍ଟା ପରବ ପାଳନ କରିବେ ବୋଲି କହିଥିଲେ। ତେବେ ଖଇରପୁଟ ତହସିଲ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଚାଲୁଥିବାରୁ ଆଗାମୀ ଦିନରେ ଆହୁରି ଅନେକ ବ୍ୟକ୍ତି ଏହି ପଟ୍ଟା ପାଇବେ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/28/CChB9v242HouS2nFmLHT.jpg)