ପିଏଲଜିଏକୁ ୨ ଦଶନ୍ଧି ପୂର୍ତ୍ତି : ଲଢେଇ ଜାରି ରଖିବାକୁ ସଂଗଠନର ମିଲିଟାରି କମିଶନରଙ୍କ ଆହ୍ବାନ

ଆନ୍ଧ୍ର-ଓ଼଼ଡିଶା ବଡର ମିଲିଟାରୀ କମିସନର ପ୍ରେସ ବିଜ୍ଞପ୍ତି

ମାଲକାନଗିରି: ନକ୍ସଲ ସଂଗଠନର ଆନ୍ଧ୍ର ଓଡିଶା ବଡର ମିଲିଟାରୀ ଷ୍ଟେଟ କମିସନର ଆଜି ପ୍ରେସ ବିବୃତି ଜାରି କରିଛି। ଦେଶବ୍ୟାପୀ ଶାସକ ବର୍ଗ ଚଳାଉଥିବା ବିପ୍ଲବ ପ୍ରତିଘାତକ ଅପରେସନ ସମାଧାନ ଆକ୍ରମଣକୁ ଜନଯୁଦ୍ଧ ରଣକୌଶଳରେ ପରାସ୍ତ କରିବା ବୋଲି କୁହାଯାଇଛି। ଜଳ, ଜଙ୍ଗଲ ଓ ଜମି ତଥା ନିଜର ଅଧିକାର ପାଇଁ ପିଏଲଜିଏରେ ସାମିଲ ହେବା ପାଇଁ ସଂଗଠନ ଆହ୍ବାନ କରିଛି। ଶୋଷଣହୀନ ସମାଜ ପ୍ରତିଷ୍ଠା ପାଇଁ ଭାରତ ଦେଶରେ ନୂତନ ଗଣତନ୍ତ୍ର ବିପ୍ଲବ ଆରମ୍ଭ କରିବା ବୋଲି କୁହାଯାଇଛି। ପୁଞ୍ଜିପତି, ସାମ୍ରାଜ୍ୟବାଦୀ, ଶୋଷଣକାରୀ, ଲୁଣ୍ଠନକାରୀ ଠାରୁ ଦେଶକୁ ମୁକୁଳାଇବା ପାଇଁ ଗତ ୨୦୦୦ ମସିହା ଡିସେମ୍ବର ୨ ତାରିଖ ଦିନ ପିଏଲଜିଏର ସ୍ଥାପନ କରାଯାଇଥିଲା। ଆମ ପାର୍ଟିର ଭାରତ ବିପ୍ଲବ ନିର୍ମାତା ମାନେ କମ୍ରେଡ ଚାରୁମୁଜମଦାର, କାନାୟା ଚାଟାର୍ଜୀଙ୍କ ପଛରେ ହଜାର ହଜାର ଛାପାମାର ସୈନ୍ୟ ଜଡିତ ହୋଇ ଶତ୍ରୁ ବିରୋଧରେ ଲଢେଇ କରୁଛନ୍ତି। ଚଳିତ ବର୍ଷ ଡିସେମ୍ବର ୨ ତାରିଖ ଦିନ ପିଏଲଜିଏକୁ ୨୦ ବର୍ଷ ପୂର୍ତ୍ତି ହେଲା।

Sambad

ଏହି ୨୦ ବର୍ଷରେ ହଜାର ହଜାର କମ୍ରେଡ ଦେଶର ସ୍ବାଧୀନତା ପାଇଁ ନିଜର ରକ୍ତ ଅର୍ପଣ କରିବା ପାଇଁ ଭର୍ତ୍ତି ହୋଇଛନ୍ତି। ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କମ୍ରେଡ ନିଜର ବଳିଦାନ ଦେଇଛନ୍ତି।ଏମାନଙ୍କ ମଧ୍ୟରୁ କେନ୍ଦ୍ର କମିଟି ଠାରୁ ଆରମ୍ଭ କରି ମିଲିସିଆ ପର୍ୟ୍ୟନ୍ତ ରହିଛନ୍ତି। ଆଉ ବହୁ ବିଶ୍ବାସଘାତ ଆମକୁ ଛାଡି ଶତ୍ରୁ ସହ ମିଶିଛନ୍ତି। ଏହି ଦୁଇ ଦଶନ୍ଧିରେ ବହୁ ନେତା ସ୍ବାସ୍ଥ୍ୟ ଖରାପ ଏବଂ ଦୁର୍ଘଟଣାରେ ମଧ୍ୟ ନିଜର ଜୀବନ ଦେଇଛନ୍ତି। ସେମାନଙ୍କୁ ଆମେ ମନେ ପକାଇବା ବୋଲି କୁହାଯାଇଛି। ସହିଦ ହୋଇଥିବା କମ୍ରେଡମାନଙ୍କ ଆଦର୍ଶକୁ ଲୋକଙ୍କ ନିକଟରେ ପ୍ରେରଣ କରିବା ଏବଂ ନିଜର ଶେଷ ରକ୍ତ ବିନ୍ଦୁ ଦେବା ଯାଏ ଲଢେଇ ଜାରି ରଖିବା ବୋଲି କୁହାଯାଇଛି। ଶତ୍ରୁକୁ ମୂଳୋତ୍ପାଟନ ପାଇଁ ବିଭିନ୍ନ ପ୍ରକାର ରଣକୌଶଳ ଆପଣାଇଛି ଏହି ପିଏଲଜିଏ। ୩୦୦ରୁ ଉର୍ଦ୍ଧ୍ବ ପୁଲିସକୁ ଆହତ କରିବା ସହ ବହୁ ଅସ୍ତ୍ରଶସ୍ତ୍ର ଲୁଟ କରିବାରେ ସଫଳ ହୋଇଛି। ମାଲକାନଗିରି, କୋରାପୁଟ ଜିଲ୍ଲାର ବହୁ ଥାନା ଉଡାଇବାରେ ମଧ୍ୟ ସଫଳ ହୋଇଛି।

Sambad

ସେହିପରି ଏହି ଦୁଇ ଜିଲ୍ଲାରେ ବହୁ ସ୍ଥାନରେ ଶତ୍ରୁକୁ ପରାସ୍ତ କରାଯାଇଛି। ଏହି ସମୟରେ ପିଏଲଜିଏ ବହୁ ଆଧୁନିକ ଅସ୍ତ୍ରଶସ୍ତ୍ର ଜବତ ମଧ୍ୟ କରିବାରେ ସଫଳତା ହାସଲ କରିଥିବା କୁହାଯାଇଛି। ଶହ ଶହ ସଂଖ୍ୟାରେ ପୁଲିସ ଇନଫର୍ମର, ହୋମଗାର୍ଡମାନଙ୍କୁ ହତ୍ୟା କରିବାରେ ମଧ୍ୟ ସଫଳ ହୋଇଛି। ଆଦିବାସୀର ଓଢଣୀ ପିନ୍ଧିଥିବା ଆରକୁ ବିଧାୟକକୁ ମଧ୍ୟ ହତ୍ୟା କରିଛୁ। ନିଜର ହକ୍ ପାଇଁ ଲଢୁଛୁ ଓ ଲଢିବୁ ବୋଲି କୁହାଯାଇଛି। ପୁଲିସ ମିଥ୍ୟା କେଶରେ ଲୋକଙ୍କୁ ଫସାଇ ଜେଲରେ ଭର୍ତ୍ତି କରୁଛି, ମହିଳାଙ୍କୁ ଅସଦାଜରଣ କରୁଛି, ଲୁଟପାଟ କରୁଛି ବୋଲି ସଂଗଠନ କହିଛି। ତେବେ ପିଏଲଜିଏ ଏହି ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ଆଗାମୀ ଦିନରେ ମଧ୍ୟ ଲଢେଇ ଜାରି ରଖିବ ବୋଲି ସଂଗଠନର ମିଲିଟାରି କମିଶନର ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର