ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାର ଗୋର୍ରା ଗ୍ରାମ ନିକଟରେ ସୁରକ୍ଷାକର୍ମୀ ୨୫ କିଲୋ ଓଜନର ଦୁଇଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ହିଁ ଏହି ଦୁଇଟି ଲ୍ୟାଣ୍ଡମାଇନକୁ ଯବାନ ନିଷ୍କ୍ରିୟ କରିଛନ୍ତି | ସ୍ଥାନୀୟ ପୁଲିସକୁ ଗୁଇନ୍ଦାର ସୂଚନା ମିଳିଥିଲା ଯେ ଗୋର୍ରା ଗ୍ରାମ ନିକଟରେ ନକ୍ସଲ ପୋଷ୍ଟର ଫିଙ୍ଗିଛନ୍ତି।
ତୁରନ୍ତ ଡିଆରଜି ଯବାନ ସେହି ଅଂଚଳକୁ ସର୍ଚ୍ଚ ଅପରେସନରେ ବାହାରିଥିଲେ। ସେଠାରେ ରାସ୍ତା ତଳକୁ ମାଟିରେ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଦୁଇଟି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଯବାନ ସେହି ଦୁଇଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ। ତେବେ ବିସ୍ଫୋରଣ ଏତେ ଜବରଦସ୍ତ ଥିଲା ଯେ ବହୁ ସୁରକ୍ଷାକର୍ମୀ ଏଥିରେ ମୃତାହତ ହୋଇଥାନ୍ତେ। ତେବେ ଅଳ୍ପକେ ସୁରକ୍ଷାକର୍ମୀ ବର୍ତ୍ତିଯାଇଥିବା କୁହାଯାଇଛି।