ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବିଳମ୍ବିତ ରାତି ଯାଏଁ ଚାଲିଲା ମତଦାନ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବାୟାପୂଜାରିଗୁଡ଼ାରେ ଥିବା ଗୋଟିଏ ବୁଥରେ ବିଳମ୍ବିତ ରାତି ଯାଏଁ ଭୋଟ୍ ଦେଇଥିଲେ ଭୋଟର। ୨ ଥର ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ ହୋଇଥିଲା। ଭୋଟ୍ ଦେଇପାରିନ ଥିବାରୁ ମତଦାନ କେନ୍ଦ୍ର ଆଗରେ ଭୋଟରଙ୍କ ଗହଳି ଦେଖିବାକୁ ମିଳିଥିଲା।
ଏହି ବୁଥରେ ମୋଟ୍ ୧୪ ଶହ ୫୦ ଭୋଟ ଦେବା ପାଇଁ ବ୍ୟବସ୍ଥା ହୋଇଥିଲା। ହେଲେ ପ୍ରବଳ ଭିଡ଼ ଯୋଗୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ରାତିରେ ଭୋଟ୍ ଗ୍ରହଣ ହେଉଥିବାରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ବୁଥରେ ସେକ୍ଟର ଅଫିସର ଓ ପୁଲିସ ଟିମ୍ ଉପସ୍ଥିତ ଥିଲେ ।