ମାଲକାନଗିରି : ପଲିଥିନ ତଳେ ଜୀବନ କାଟୁଛନ୍ତି କିଡନି ରୋଗୀ ପରିମଳ, ସହଯୋଗର ହାତ ବଢାଇଲେ ସମାଜସେବୀ

ମାଲକାନଗିରି : ମାଲକାନଗିରି ନିକଟସ୍ଥ ଏମଭି-୪୩ ଗ୍ରାମରେ ପରିମଲ ହାଲଦାର ବାସ କରନ୍ତି । ନିଜର ଏକ ମାତ୍ର ଝିଅ ସହ ବେଶ ଖୁସିରେ ଥିଲେ ପରିମଲ । ମାଲକାନଗିରି ଆସି ନିଜର ଛୋଟ ବ୍ୟବସାୟ କରୁଥିଲେ । ସବୁ ଠିକଠାକ ଚାଲିଥିଲା ।

କିନ୍ତୁ ହଠାତ୍ ପରିମଲର ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଲା । ଶରୀର ଶୁଖିବାକୁ ଲାଗିଲା । ତୁରନ୍ତ ମେଡିକାଲ ଯାଇ ପରୀକ୍ଷା କରିବା ପରେ ପରିମଲଙ୍କ କିଡନି ଖରାପ ହୋଇଯାଇଥିବା ଡାକ୍ତର କହିଥିଲେ।ନିଜର ଚିକିତ୍ସା ପାଇଁ ପରିମଲ ପାଖରେ ଯାହା ଥିଲା ସବୁ ଟଂକା ସାରିଦେଲେ।କିନ୍ତୁ ସ୍ବାସ୍ଥ୍ୟ ଭଲ ହେଲା ନାହିଁ।ଏପରିକି ନିଜ ଘର ଖଣ୍ଡିକ ମଧ୍ୟ ବିକ୍ରି କରିଦେଲେ।ପରେ ଭଡା ଘରେ ରହି ନିଜର ଚିକିତ୍ସା କରାଇଲେ।ତେବେ ବେପାର ବଣିଜ ନଥିବାରୁ ରୋଜାଗର ହୋଇପାରୁନଥିଲା ।ନିଜର ସଂପର୍କୀୟମାନେ କିଛି ଦିନ ସହଯୋଗ ପରେ ହାତ ଝାଡି ଦେଇଥିଲେ । ଭଡା ଘରେ ରହି ଯେକୌଣସି ପ୍ରକାରେ ପରିବାର ଚଳୁଥିଲା।କିନ୍ତୁ ଆଗକୁ ଭଡା ଦେଇପାନପାରିବାରୁ ମାଲିକ ଘରୁ ତଡି ଦେଇଥିଲା। ବାଧ୍ୟ ହୋଇ ପତ୍ନୀ ଏବଂ ଏକ ମାତ୍ର ୮ ବର୍ଷର ଝିଅ ବିଧୁସ୍ମିତାକୁ ନେଇ ନିକଟସ୍ଥ ରାସ୍ତା କଡରେ ଏକ ପଲିଥନ ବାନ୍ଧି ତିନି ପ୍ରାଣି କୁଟୁମ୍ବ ରହୁଥିଲେ । ବର୍ତ୍ତମାନ ଚଳିବା ପାଇଁ ବହୁ କଷ୍ଟ ହେଉଛି । ଦୁଇବେଳା ମୁଠାଏ ଭାତ ମିଳୁନଥିବା ପରିମଲଙ୍କ ପତ୍ନୀ କୁହନ୍ତି।ଏପଟେ ସ୍ବାମୀଙ୍କ ସ୍ବାସ୍ଥ୍ୟ ଦିନକୁ ଦିନ ଖରାପ ହେଉଥିବା ବେଳେ ସେପଟେ ଚଳିବା ପାଇଁ କୌଣସି ସୁବିଧା ନାହିଁ।

ଏହି ଖବର ମାଲକାନଗିରିର ଯୁବ ସମାଜସେବୀ ବିନୋଦ ଟାଵରୀ ଜାଣିବା ପରେ ତୁରନ୍ତ ଏମଭି-୪୩ ଗ୍ରାମର ସେହି ରାସ୍ତା କଡରେ ରହୁଥିବା ପରିମଲ ହାଲଦାରଙ୍କୁ ଭେଟିଥିଲେ। ତାଙ୍କ ସହ ବସି ପରିମଳଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରିବା ସହ କିପରି ସେମାନେ ଦାଣ୍ଡର ଭିକାରୀ ହେଲେ ପଚାରି ବୁଝିଥିଲେ । ପରିମଲଙ୍କ ପତ୍ନୀ ନିଜର ସମସ୍ତ ଦୁଃଖଦ କାହାଣୀ ବିନୋଦଙ୍କ ନିକଟରେ ବଖାଣିଥିଲେ।ଏପରିକି ବର୍ତ୍ତମନ ତାଙ୍କ ପାଖେ ଥିବା ଫ୍ୟାନକୁ ବିକ୍ରିକରି କିଛି ଦିନ ଚଳିଥିବା ବେଳେ ଏବେ ନିଜର ଗ୍ୟାସ ଟାଙ୍କିକୁ ବିକ୍ରି କରି ଚାଉଳ ଆଣିଥିବା କହିଥିଲେ।ପାଖରେ ଆଉ କିଛି ନଥିବା କହିଥିଲେ । ସବୁ ବିକ୍ରି କରି ସ୍ବାମୀର ଚିକିତ୍ସା କରାଇବା ପରେ ମଧ୍ୟ ସ୍ବାମୀଙ୍କ ସ୍ବାସ୍ଥ୍ୟ ଭଲ ହେଉନଥିବା କାନ୍ଦି କାନ୍ଦି କହିଥିଲେ । ବିନୋଦ ତୁରନ୍ତ ୨୦ ହଜାର ଟଙ୍କା ପ୍ରଦାନ କରିବା ସହ ଦୁଇ ମାସର ରାସନର ବ୍ୟବସ୍ଥା କରିଦେଇଥିଲେ । ଚାଉଳ, ଡାଲି ସହ ସମସ୍ତ ଦୈନନ୍ଦିନ ସାମଗ୍ରୀ ପ୍ରଦାନ କରିଥିଲେ । ଦରକାର ପଡିଲେ ଆଗକୁ ସେ ନିଶ୍ଚୟ ସାହାଯ୍ୟ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ପରିମଳ ଏବେ ଶଯ୍ୟାଶାୟୀ । ପତ୍ନୀଙ୍କ ବିନା ସେ ଉଠିବସି ପାରୁନାହାନ୍ତି । ବିନୋଦଙ୍କ ଏହି ସହଯୋଗରେ ଦୁହେଁ ପତି ଓ ପତ୍ନୀଙ୍କ କଣ୍ଠରୋଧ ହୋଇଯାଇଥିଲା । ସେମାନେ ବିନୋଦଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ । ଏଭଳି ସହଯୋଗ କେହି କରୁନଥିବା କହିଥିଲେ । କୌଣସି ସଂପର୍କୀୟ ସେମାନଙ୍କୁ ସହଯୋଗ କରୁନଥିବା ସେମାନେ କ୍ଷୋଭର ସହ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର