ମାଲକାନଗିରି ପ୍ରେସ୍‌ କ୍ଲବ ଉଦ୍‌ଘାଟିତ

ମାଲକାନଗିରି: ମାଲକାନଗିରି ୟୁନିୟନ ଅଫ ଜର୍ନାଲିଷ୍ଟର କୋଠା ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଉପସ୍ଥିତ ରହି ଉଦ୍‌ଘାଟିତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ଜିଲ୍ଲାପାଳ ମନିଷ ଅଗ୍ରୱାଲ, ଏସପି ଜଗମୋହନ ମୀନା, ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ସଭାପତି ଭାସ୍କର ଚନ୍ଦ୍ର ବେହେରା, ସଂପାଦକ ଜିତେନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ରହିଥିଲେ। ମାଲକାନଗିରି ଜିଲ୍ଲାରେ ସାମ୍ବାଦିକଙ୍କ ନିଜସ୍ୱ ପ୍ରେସ କ୍ଲବ ନଥିବା ବେଳେ ସଭାପତି ଭାସ୍କର ଚନ୍ଦ୍ର ବେହେରା ଏବଂ ସଂପାଦକ ଜିତେନ୍ଦ୍ର ବେଉରାଙ୍କ ନେତୃତ୍ୱରେ ମାଲକାନଗିରି ସଂସ୍କୃତି ଭବନ ନିକଟରେ ଏକ ନିଜସ୍ୱ ପ୍ରେସ କ୍ଲବ ଗୃହ ନିର୍ମାଣ ହୋଇପାରିଛି। ପ୍ରଥମ କରି ମନ୍ତ୍ରୀ ଶ୍ରୀ ବେହେରାଙ୍କ ଉପସ୍ଥିତିରେ ଏକ ସାଧାରଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ସାମ୍ବାଦିକମାନେ ଚତୁର୍ଥ ସ୍ତମ୍ଭ ହୋଇଥିବା ବେଳେ ଦୁର୍ନୀତିର ମୁଖା ଖୋଲିବା ଏବଂ ପ୍ରଶାସନକୁ ଚେତାଇବା ଦିଗରେ ବେଶ କାମ କରୁଛନ୍ତି। ମାଲକାନଗିରି ଭଳି ଉପାନ୍ତ ଅଂଚଳରେ ସାମ୍ବାଦିକମାନେ ବହୁ ଧୈର୍ଯ୍ୟ ଓ ନିଷ୍ଠାର ସହ କାମ କରୁଥିବାରୁ ଅତିଥିମାନେ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଈଶ୍ୱର ପଟନାୟକ, ଗୋପୀ ପଟନାୟକ, ଦେବ ଦାସ, ରଂଜିତ ସାହା, ଦେବବ୍ରତ ସାନା, କାମରାଜ ଜେନା, ସତ୍ୟ ନାରାୟଣ ପଣ୍ଡା, ପଞ୍ଚାନନ ଦାସ, ବିଏସଏଫର ଡିସି ସୁବାସ ଚନ୍ଦ୍ର ନିଆଲ, ଇନସପେକ୍ଟର ସରୋଜ ନାହକ, ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ, ଅଧ୍ୟାପକ ଡ.ରଂଜନ କୁମାର ସ୍ୱାଇଁ, ପ୍ରସାଦ ନାୟକ, ଆଇନଜୀବୀ ଗୋପାଳ ପଣ୍ଡା, ପ୍ରଭାକର ପ୍ରଧାନ, ବାବୁଲା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର