ମାଲକାନଗିରି : ଆଦିବାସୀର ମାନ୍ୟତା ସକାଶେ ଓଡିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୧୬୨ ରୁ ଉର୍ଦ୍ଧ୍ବ ଜନଜାତି ପ୍ରସ୍ତାବକୁ କେନ୍ଦ୍ରର ଆଦିବାସୀ ମନ୍ତ୍ରାଳୟ ଦୀର୍ଘ ଦିନ ଧରି ଅନୁମୋଦନ ନ କରି ଟାଳ ଟୁଳ ନୀତି ଅବଲମ୍ବନ କରୁଥିବାର ପ୍ରତିବାଦରେ ବୁଧବାରଦିନ ବିଜେଡ଼ି ପକ୍ଷରୁ ଏକ ରାଲି କରାଯାଇଛି ।

Advertisment

ଓଡ଼ିଶାର ଆଦିବାସୀଙ୍କ ପ୍ରତି କେନ୍ଦ୍ରର ଏପରି ବୈମାତୃକ ମନୋଭାବକୁ ବିଜୁ ଜନତା ଦଳ କେବେ ବରଦାସ୍ତ କରିବ ନାହିଁ ବୋଲି କୁହାଯାଇଛି ।ଏହି ପରିପେକ୍ଷୀରେ ମାଲକାନଗିରି ବିଜୁ ଜନତା ଦଳ ତରଫରୁ  ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

ଏହା ସହିତ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ପୂର୍ବତନ ବିଧାୟକ ମାନସ ମାଡକାମୀ,ଜିଲ୍ଲା ବରିଷ୍ଟ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକାର ପ୍ରଧାନ ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି. ଜିଲ୍ଲା ସାଧାରଣ ସମ୍ପାଦକ ସୋରଜ ସାହୁ,କାର୍ଯ୍ୟକାରିଣୀ ସଦସ୍ୟ ବୁନା ରାଓ,ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ,ଜିଲ୍ଲା ମହିଳା ଜନତା ଦଳ ସଭାନେତ୍ରୀ ଲଷ୍ମୀପ୍ରିୟା ନାୟକ ବରିଷ୍ଟ ଆଇନ ଯିବି ମନୋଜ ମହାନ୍ତି, ଲମ୍ବୋଦର ତୁର୍କୁ, ସମସ୍ତ ସାଂସଦ ପ୍ରତିନିଧି, ଏବଂ ବିଧାୟକ ପ୍ରତିନିଧି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ପଦାଧିକାରୀ, ଜିଲ୍ଲା ପରିଷଦ ଅଧକ୍ଷା, ଉପ ଅଧକ୍ଷା ପୂର୍ବତନ ଅଧକ୍ଷ ଏବଂ ଅଧକ୍ଷା, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ,ସମସ୍ତ ବ୍ଲକ ଅଧକ୍ଷ ଏବଂ ଅଧକ୍ଷା ପ୍ରମୁଖ ଉପସ୍ଥିତ ଥିଲେ।