ମାଲକାନଗିରି : ମହିଳା ଫରେଷ୍ଟ ଗାର୍ଡଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି କେନ୍ଦୁପତ୍ର ବିଭାଗର ରେଞ୍ଜର ବିଜୟ କୁମାର ନାୟକ। ସୂଚନା ଅନୁସାରେ ମାଲକାନଗିରିରେ କାର୍ଯ୍ୟରତ କେନ୍ଦୁପତ୍ର ବିଭାଗର ଇନଚାର୍ଜ ରେଞ୍ଜର ୨୦୧୯ ଡିସେମ୍ବର ୨୨ ତାରିଖରେ ଜନୈକା ମହିଳା ଫରେଷ୍ଟ ଗାର୍ଡଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ଏହି ଘଟଣା ସଂପର୍କରେ ତାଙ୍କ କାର୍ଯ୍ୟାଳୟରେ ଜଣାଇବା ପରେ ଉପରିସ୍ଥ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ଶେଷରେ ଅନନ୍ୟୋପାୟ ହୋଇ ପୀଡ଼ିତା ଜାନୁଆରି ୯ ତାରିଖରେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଗ୍ରହଣ କରି ମାଲକାନଗିରି ଥାନାର ଆଇଆଇସି ରାମ ପ୍ରସାଦ ନାଗ ଆଜି ସକାଳେ ରେଞ୍ଜର ବିଜୟ କୁମାର ନାୟକଙ୍କୁ ଥାନାକୁ ଡାକି ପଚରାଉଚୁରା କରିଥିଲେ। ଏହାପରେ ତାଙ୍କୁ ପୁଲିସ ଗିରଫ କରିଥିଲା। ଆଜି ସଂଧ୍ୟାରେ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯିବ ବୋଲି ଜଣାପଡ଼ିଛି।
ମହିଳା କର୍ମଚାରୀଙ୍କୁ ଅସଦାଚାରଣ କରି କେନ୍ଦୁପତ୍ର ବିଭାଗ ରେଞ୍ଜର ଗିରଫ
/sambad/media/post_attachments/wp-content/uploads/2020/01/sad-girl-s_650_060815115705.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)