ମାଲକାନଗିରି,:ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପ୍ରଜ୍ଞାନଳିନୀ ମିଶ୍ର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣା ଅନୁଯାୟୀ, ଗତ ୧୨.୧.୨୦୧୬ରେ ଏମଭି-୭୨ ଗ୍ରାମରେ ଜଣେ ନାବାଳିକା ଖେଳୁଥିବା ବେଳେ ରାତିରେ ଜବରଦସ୍ତ ଉଠାଇ ନେଇ ଦୀନବନ୍ଧୁ ମଜୁମଦାର ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିଲା। ଏହି ମାମଲାର ଶୁଣାଣି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜୋରିମାନା ଆଦାୟ ନେଇ ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟରେ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ନିର୍ଦେଶ ଦିଆଯାଇଛି। ଏହି ମାମଲାକୁ ସରକାରୀ ଓକିଲ ଲମ୍ବୋଦର ତୁର୍କୁ ପରିଚାଳନା କରୁଥିଲେ।
ଦୁଷ୍କର୍ମ ମାମଲାରେ ୧୦ବର୍ଷ ଜେଲ
/sambad/media/post_attachments/wp-content/uploads/2019/02/Jail-5.jpg)