ମାଓବାଦୀଙ୍କ ବର୍ବର କାଣ୍ଡ: ପୁଲିସ ଇନ୍‌ଫରମର ସନ୍ଦେହରେ ସରପଞ୍ଚଙ୍କୁ ହତ୍ୟା

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ ବସ୍ତର ଜିଲ୍ଲାରେ ମାଓବାଦୀମାନେ ଶୁକ୍ରବାର ରାତିରେ ଜଣେ ସରପଞ୍ଚଙ୍କୁ ପୁଲିସ ଇନ୍‌ଫରମର ସନ୍ଦେହରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଛିନ୍ଦଗୁର ସରପଞ୍ଚ ପଣ୍ଡରୁ ଜଗାଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। କୋଲେଙ୍ଗ ଗ୍ରାମରେ ପୁଲିସ ଶିବିର ଖୋଲିବାକୁ ବିରୋଧ କରି ମାଓବାଦୀମାନେ ଅସନ୍ତୁଷ୍ଟ ଥିଲେ। ଏ ନେଇ ସେମାନେ ଏହି ସରପଞ୍ଚଙ୍କୁ ହତ୍ୟା କରିବା ସହିତ ଗ୍ରାମର କିଛି ଲୋକଙ୍କୁ ମାଡ ମାରିଛନ୍ତି।

ସମ୍ବନ୍ଧିତ ଖବର