ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ମଦେଡ ଏରିଆ କମିଟିର ମୁଖ୍ୟ ବୁଚ ଅନ୍ନା ସମେତ ୬ ଜଣ କ୍ୟାଡର ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାରେ ରହିଥିବା ଜାତୀୟ ଉଦ୍ୟାନରେ ଡିଆରଜି, ସିଆରପିଏଫ ଏବଂ ଜିଲ୍ଲା ପୁଲିସ ଚଢାଉ କରିଥିଲେ। 

Advertisment

ଆଜି ସକାଳ ୧୦ଟାରୁ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଦିନ ତମାମ ରହି ରହି ଗୁଳି ବିନିମୟ ହେଉଥିଲା। ପରେ ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ୬ ଜଣ ମାଓବାଦୀଙ୍କର ମୃତ ଦେହକୁ ଉଦ୍ଧାର କରିଥିଲା। ଏଥିସହ ଘଟଣାସ୍ଥଳରୁ ସ୍ବୟଂଚାଳିତ ଇନସାସ୍, ଏସଏଲଆର, ଷ୍ଟେନଗନ, ୩୦୩ ବନ୍ଧୁକ, ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରାଯାଇଥିବା ପୁଲିସ କହିଛି।

ସର୍ଚ୍ଚ ଅପରେସନ ଜାରି

ପୁଲିସ ଗୁଳିରୁ ବର୍ତ୍ତି ଯାଇଥିବା ବା ଖସି ପଳାଇଥିବା ମାଓବାଦୀଙ୍କୁ ଖୋଜିବା ପାଇଁ ଡିଆରଜି ଏବଂ ଏସଟିଏଫ ଯବାନ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା କୁହାଯାଇଛି। ଏହି ଏନକାଉଣ୍ଟର ପରେ ମଦେଡ ଏରିଆ କମିଟି ଧ୍ବଂସ ହୋଇଥିବା କୁହାଯାଇଛି। ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ବିବରଣୀ ପ୍ରଦାନ କରିବ ବୋଲି କହିଛି।

ଆହୁରି ପଢ଼ନ୍ତୁ: Women are not Safe in West Bengal: ମହିଳା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଅସୁରକ୍ଷିତ ମହିଳା, ମାସେ ନପୂରୁଣୁ ପୁଣି ଜଘନ୍ୟକାଣ୍ଡ…

ଆହୁରି ପଢ଼ନ୍ତୁ: Bihar Exit Poll: ବିହାରରେ ପୁଣି ଏନଡିଏ ସରକାର! ସାମ୍ନାକୁ ଆସିଲା ବୁଥ ବାହୁଡା ମତ