ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ କଲେଜ ଛାତ୍ରୀ କ୍ରୀଡ଼ା ଅଧିକାରୀଙ୍କ ବିରୋଧରେ ରବିବାର ଅସଦାଚରଣ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ ଯୁକ୍ତ ୨ ଛାତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ କ୍ରୀଡ଼ା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ବଢ଼େଇଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ ୨୦୧୯ ଜାନୁଆରି ଶେଷ ହୋଇ ନଥିବା ବେଳେ ରାଜ୍ୟର ଅନେକ ଗୁଡ଼ିଏ ଆବାସିକ ବିଦ୍ୟାଳୟରେ ଛାତ୍ରୀମନଙ୍କ ବିରୋଧରେ ଅସାମଜିକ କାର୍ଯ୍ୟକଳାପ ହେଉଥିବା ଦୃଷ୍ଟିଗୋଚର ହେଉଛି। ନିକଟରେ କନ୍ଧମାଳ ଜିଲ୍ଲାରେ ୪ ଦିନ ମଧ୍ୟରେ ୪ଟି ଘଟଣା ପଦାକୁ ଆସିଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ସେବାଶ୍ରମରେ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ଲୋକଲୋଚନକୁ ଆସିଥିଲା।