ସ୍ୱାଭିମାନ ଅଞ୍ଚଳରେ ତାଣ୍ଡବ ରଚିଲା କାଳ ବୈଶାଖୀ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଗଛ ପଡ଼ି ଘର ଭାଙ୍ଗିବା ସହ ଲୋକଙ୍କ ଘରର ଛପର ଉଡ଼ିଯାଇଛି। ବିଶେଷ କରି ପାପରମେଟଲା ପଞ୍ଚାୟତର ଟାଣ୍ଟାଗୁଡ଼ା ଗ୍ରାମରେ କାଳ ବୈଶାଖୀର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି।

ବର୍ଷା ପବନରେ ଗ୍ରାମର କମଲଲୋଚନ ବୁରୁଡ଼ିଙ୍କ ଘର ଉପରେ ଏକ ଗଛ ପଡ଼ିଯିବାରୁ ଘରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ଲୋକନାଥ ଅଞ୍ଜେଲ, କୃଷ୍ଣ ହନ୍ତାଳ, ସୀତାରାମ ଖରା, ପୂର୍ଣ୍ଣ ପାଙ୍ଗୀ, ଗୁରୁବାରି ପାଙ୍ଗୀ, ବଳଭଦ୍ର ଗମାଙ୍ଗ, ପ୍ରହଲ୍ଲାଦ ମାଳିଙ୍କ ଘରର ଛପର ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯିବା ସହ ଘର ଭିତରେ ଥିବା ସମାନ ସବୁ ବର୍ଷାରେ ନଷ୍ଟ ହୋଇଯାଇଛି। ଘରଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ଅନ୍ୟ ଲୋକଙ୍କ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ପ୍ରଭାବିତ ପରିବାର ଲୋକେ। ଗାଁରେ ଥିବା ଲେମନ ଗ୍ରାସ ପ୍ଲାଣ୍ଟର ମଧ୍ୟ ଛପର ଉଡ଼ିଯାଇଛି।

ବର୍ତମାନ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚି ନଥିବାବେଳେ କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ପାରିନି। ପ୍ରଶାସନ ତୁରନ୍ତ ଗ୍ରାମରେ ପହଞ୍ଚି ପ୍ରଭାବିତ ପରିବାର ଲୋକଙ୍କୁ ସରକାରଙ୍କ ତରଫରୁ ପଲିଥିନ ଓ ଆର୍ଥିକ ସାହାଯ୍ୟ ପ୍ରଦାନ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର