କାଲିମେଳା : କାଲିମେଳା ଏମଭି-୭୯ ଥାନା ଅନ୍ତ୍ରଗତ ଏମଭି-୯୬ ଗ୍ରାମରେ ଜଣେ ଯୁବକ ଗତକାଲି ରାତିରେ ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ଜଣା ପଡିଛି । ସକାଳେ ସ୍ଥାନୀୟ ଲୋକେ ଘଟଣା ଦେଖିବା ପରେ ଏମଭି୭୯ ପୁଲିସକୁ ଖବର ଦିଆ ଯାଇଥିଲା । ଘଟଣାସ୍ଥଳରୁ ପୁଲିସ ମୃତଦେହ ଜବତ କରିବା ପରେ କାଲିମେଳା ମେଡିକାଲରେ ବ୍ୟବଚ୍ଛେଦ କରାଇଥିଲା । ଏହା ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ବିପ୍ଳବ ସରକାର ନାମକ ଏହି ଯୁବକ ଜଣକ ଏମଭି-୯୬ ଗ୍ରାମରେ ନିଜ ଶ୍ୱଶୁର ଘରେ ନିଜ ପରିବାର ସହ ରହି ଆସୁଥିଲେ । ତେବେ ପାରିବାରିକ ଅଶାନ୍ତିରୁ ଗତକାଲି ରାତିରେ ବିପ୍ଳବ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି । ବିପ୍ଳବ ସରକାରର ୩ଟି ସନ୍ତାନ ଥିବା ବେଳେ ଶ୍ୱଶୁର ଘରେ କେହି ନଥିବାରୁ ବିପ୍ଳବ ଘରଜ୍ୱାଇଁ ଭାବରେ ରହି ଆସୁଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/suicide-Hanging.jpg)