କାଲିମେଳା : ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା

କାଲିମେଳା : କାଲିମେଳା ଏମଭି-୭୯ ଥାନା ଅନ୍ତ୍ରଗତ ଏମଭି-୯୬ ଗ୍ରାମରେ ଜଣେ ଯୁବକ ଗତକାଲି ରାତିରେ ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ଜଣା ପଡିଛି । ସକାଳେ ସ୍ଥାନୀୟ ଲୋକେ ଘଟଣା ଦେଖିବା ପରେ ଏମଭି୭୯ ପୁଲିସକୁ ଖବର ଦିଆ ଯାଇଥିଲା । ଘଟଣାସ୍ଥଳରୁ ପୁଲିସ ମୃତଦେହ ଜବତ କରିବା ପରେ କାଲିମେଳା ମେଡିକାଲରେ  ବ୍ୟବଚ୍ଛେଦ କରାଇଥିଲା । ଏହା ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବିପ୍ଳବ ସରକାର ନାମକ ଏହି ଯୁବକ ଜଣକ ଏମଭି-୯୬ ଗ୍ରାମରେ ନିଜ ଶ୍ୱଶୁର ଘରେ ନିଜ ପରିବାର ସହ ରହି ଆସୁଥିଲେ । ତେବେ ପାରିବାରିକ ଅଶାନ୍ତିରୁ ଗତକାଲି ରାତିରେ ବିପ୍ଳବ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି । ବିପ୍ଳବ ସରକାରର  ୩ଟି ସନ୍ତାନ ଥିବା ବେଳେ ଶ୍ୱଶୁର ଘରେ କେହି ନଥିବାରୁ ବିପ୍ଳବ ଘରଜ୍ୱାଇଁ ଭାବରେ ରହି ଆସୁଥିଲା ।

ସମ୍ବନ୍ଧିତ ଖବର