ମାଓ ଶିବିରରୁ ଜବତ ହେଲା ନକଲି ଟଙ୍କା ସହ ନୋଟ୍ ତିଆରି ମେସିନ୍

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ ସଫଳତା। ନକ୍ସଲଙ୍କୁ ଟଂକାର ଅଭାବ ଏବେ ନକ୍ସଲକୁ ନକଲି ଟଂକା ଛପାଇବାକୁ ବାଧ୍ୟ କରିଛି। ପ୍ରତିଦିନ ଭଳି ସୁକମା ଜିଲ୍ଲା ପୁଲିସ, ଡ଼ିଆରଜି ଯବାନ କୋରାଜଗୁଡା ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ଏହି ଜଂଗଲରେ ନକ୍ସଲ ନକଲି ଟଂକା ଛାପିବା ଫ୍ୟାକ୍ଟ୍ରି ରହିଛି। ତୁରନ୍ତ ଯବାନ କୋରାଜଗୁଡା ଜଂଗଲରେ ଚଢାଉ କରିଥିଲେ। ସେଠାରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବା ସହ ପୁଲିସ ପ୍ରଥମ କରି ନକଲି ଟଙ୍କା ଛାପିବା ମେସିନକୁ ଉଦ୍ଧାର କରିଛି।

ଏହି ମେସିନରେ ୫୦, ୧୦୦, ୨୦୦ ଓ ୫୦୦ ଟଙ୍କାର ନକଲି ନୋଟ ଛପାଯାଉଥିଲା। ଫ୍ୟାକ୍ଟ୍ରି ନିକଟରେ ହିଁ ନକଲି ୫୦, ୧୦୦, ୨୦୦ ଓ ୫୦୦ ଟଂକା ଜବତ କରିଛି। ଏଥିରୁ ଜଣାପଡିଛି ଯେ ନକ୍ସଲ ଟଙ୍କା ସଂଗ୍ରହ କରିବାରେ ବିଫଳ ହେବା ପରେ ନକଲି ନୋଟ ଛାପିବା ମେସିନ ତିଆରି କରି ନୋଟ ଛାପୁଥିଲେ। ଏହି ଟଂକା ବସ୍ତର ଅଂଚଳରେ ଘୁଲିବୁଲୁଥିବା ପୁଲିସ ଅନୁମାନ କରୁଛି। ବସ୍ତର ଅଂଚଳରେ ବସବାସ କରୁଥିବା ଆଦିବାସୀ ଲୋକେ ନକଲି ଓ ଅସଲି ନୋଟ ଚିହ୍ନିପାରନ୍ତି ନାହି, ଯାହାଫଳରେ ଏହି ନୋଟ ସେଠାରେ ବ୍ୟାପକ ଭାବେ ଚାଲୁଥିବା ନେଇ ପୁଲିସ ଜାଣିବା ପରେ କିପରି ନକଲି ନୋଟଗୁଡିକ ଉଦ୍ଧାର ହେବ ସେନେଇ ଚିନ୍ତାରେ ପଡିଛି। ବନ୍ଧୁକ, ଆମୁନେସନ ସହ ଅନ୍ୟ ସାମଗ୍ରୀ କିଣିବା ପାଇଁ ନକ୍ସଲଙ୍କ ନିକଟରେ ଅର୍ଥର ଅଭାବ ଦେଖାଦେବାରୁ ଏଭଳି ନକଲି ନୋଟ ଛାପୁଥିବା ପୁଲିସ କହିଛି। ଗତ ୨୦୨୨ରୁ ଏହି ନକଲି ନୋଟ ଛପାଯାଉଥିବା ଜଣାପଡିଛି।

ତେବେ ସୁକମା ଜିଲ୍ଲାର କୋଣ୍ଟା ଏରିଆ କମିଟିର ନକ୍ସଲମାନେ ଏହି ଟଂକା ଛାପୁଥିଲେ। ପ୍ରତ୍ୟେକ ନକ୍ସଲ ୬ ମାସର ତାଲିମ ନେଇ ଏହି ଫ୍ୟାକ୍ଟ୍ରିକୁ ଆସି ଟଂକା ଛପାରେ ସହଯୋଗ କରୁଥିଲେ। ପୁଲିସର ଏହି ବଡ ଖୁଲାସା ପରେ ନକ୍ସଲଙ୍କ ଭିତରି କଥା ସବୁ ପଦାକୁ ଆସୁଛି। ନକ୍ସଲ କେବଳ ହିଂସା ଘଟାଉ ନାହାନ୍ତି ବରଂ ସରକାରଙ୍କ ଅର୍ଥ ତନ୍ତ୍ରକୁ ମଧ୍ୟ ଧ୍ବସ୍ତ କରିବାକୁ ଯୋଜନା କରୁଛନ୍ତି ବୋଲି କୁହାଯାଇଛି। ସରକାରଙ୍କୁ ବଦନାମ କରିବା ଏବଂ ନିରୀହ ଲୋକଙ୍କୁ ଫସାଇବାକୁ ଏଭଳି ନକ୍ସଲ ଯୋଜନା କରୁଥିବା ପୁଲିସ କହିଛି। ଏହା ପ୍ରଘଟ ହେବା ପରେ ବସ୍ତର ଅଂଚଳରେ ଏବେ ଟଂକାକୁ ନେଇ ଭୟଭିତ ହୋଇପଡିଛନ୍ତି। ସେମାନଙ୍କ ନିକଟରେ ରହିଥିବା ନୋଟ ନକଲି ନା ଅସଲି ତାହାକୁ ନେଇ ହରଡଘଣାରେ ପଡିଛନ୍ତି। ବସ୍ତର ଆଦିବାସୀ ଟଂକା ଚିହ୍ନି ପାରୁନଥିବା ବ୍ୟାଙ୍କକୁ ଯିବାକୁ ପରାମର୍ଶ ଦିଆଯାଇଛି। ତେବେ ସମସ୍ତ ନୋଟ ସଂଗ୍ରହ ପରେ ହିଁ କେତେ ନୋଟ ଛପାଯାଇଥିଲା ତାହା ଜଣାପଡିବ ବୋଲି କୁହାଯାଇଛି।

 

ସମ୍ବନ୍ଧିତ ଖବର