ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଗତ ୧ ତାରିଖ ଦିନ ନିଜର ସଂପର୍କୀୟ ଭାଇ ହିଁ ଅତି ନିର୍ମମ ଭାବେ ହତ୍ୟା କରି ପାଇଖାନାରେ ପୋତି ଦେଇଥିଲା। ପୁଲିସ ଏହାର ତଦନ୍ତ କରି ସୁରେଶ ଚନ୍ଦ୍ରକାରଙ୍କ ପାଇଖାନାରୁ ମୁକେଶଙ୍କର ଶବକୁ ଉଦ୍ଧାର କରିଥିଲା। ତେବେ ଏହି ଘଟଣାର ମୁକେଶର ଭାଇ ରିତେଶ ଚନ୍ଦ୍ରକାର ସହ ୩ ଜଣକୁ ପୁଲିସ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବଡ ଭାଇ ସୁରେଶ ଚନ୍ଦ୍ରକାର ଫେରାର ଥିଲା। ତେବେ ପୁଲିସ ସୁରେଶ ହାଇଦ୍ରାବାଦରେ ଲୁଚିଥିବା ଜାଣିବାକୁ ପାଇଥିଲା।
ତୁରନ୍ତ ତେଲେଙ୍ଗାନା ପୁଲିସ ସହ ଯୋଗାଯୋଗ କରି ସୁରେଶକୁ ପୁଲିସ ଗିରଫ କରିଥିଲା। ହାଇଦ୍ରାବାଦରୁ ସୁରକୁ ଗିରଫ କରି ପୁଲିସ ବିଜାପୁର ଆଣିବା ସହ ପଚରାଉଚରା କରୁଛି। ଶବ ବ୍ୟବଛେଦ ରିପୋର୍ଟରେ ମୁକେଶକୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ଡାକ୍ତର କହିଛନ୍ତି।
ଡାକ୍ତରଙ୍କ କହିବା ଅନୁଯାୟୀ ସେ ଜୀବନର ୧୨ ବର୍ଷ ମଧ୍ୟରେ ଏଭଳି ହତ୍ୟା ଦେଖିନଥିଲେ। ମୁକେଶକୁ ହତ୍ୟାକାରୀମାନେ ୧୫ ଥର ମୁଣ୍ଡରେ ମାରିଥିଲେ। ଏଥିସହ ତାଂକର ଲିଭରକୁ ଚାରିଫାଳ କରିଥିଲେ। ହାତ,ବେକକୁ ଭାଙ୍ଗି ଦେଇଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ତାଂକୁ ମାରି ଚାଲିଥିଲେ। ଏଭଳି ମୃତ୍ୟୁ ବସ୍ତର ଅଂଚଳରେ କେବେ ହୋଇନଥିବା ସ୍ଥାନୀୟ ଲୋକେ କହନ୍ତି। ସାମ୍ବାଦିକ ସଂଘ ତରଫରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/01/06/VZz1nVQ6C17dicaJcFlF.jpg)