ମାଲକାନଗିରି: ସୀମାନ୍ତ ଛତିଶଗଡର ବସ୍ତର ଅଂଚଳରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଜୀବନଶୈଳୀ ବଦଳିଛି। ଆତ୍ମସମର୍ପଣ କରିବା ପରେ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ପାଇଁ ସମସ୍ତ ତାଲିମ ତେବା ସହ ସ୍ବାବଲମ୍ଭୀ କରାଯାଇଛି। ବିଜାପୁର ଜିଲ୍ଲାରେ ଆତ୍ମସର୍ପଣ କରିଥିବା ୩୨ ମାଓବାଦୀ କୁକୁଡା ପାଳନ ନେଇ ତାଲିମ ନେବା ପରେ ନିଜେ ନିଜେ ଘରେ କୁକୁଡା ଫାର୍ମ କରି ବେଶ ଦିପଇସା ରୋଜଗାର କରୁଥିବା ଦେଖିବାକୁ ମିଳିଛି।
ଜଗଦଲପୁର ଠାରେ ସରକାରଙ୍କ ଦ୍ରାରା ଆରମ୍ଭ ହୋଇଥିବା ସ୍ବରୋଜଗାର ଯୋଜନାରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ସାମିଲ ହୋଇ ବିଭିନ୍ନ ତାଲିମ ଗ୍ରହଣ କରିଛନ୍ତି। କେବଳ କୁକୁଡା ପାଳନ ନୁହେଁ ବରଂ ଛେଳି ପାଳନ ନେଇ ମଧ୍ୟ ଏମାନେ ଏକ ମାସ ଧରି ତାଲିମ ଗ୍ରହଣ କରିଥିଲେ।ଜଂଗଲରେ ବନ୍ଧୁକ ଧରି ପୁଲିସକୁ ଡରି ଲୁଚି ଛପି ରହିବା ଅପେକ୍ଷା ସରକାରଙ୍କୁ ସହଯୋଗ କରିବା ସହ ନିଜେ ନିଜ ପରିବାର ସହ ଖୁସିରେ ରହିବା ସବୁଠାରୁ ଭଲ ବୋଲି ଏମାନେ ଏବେ ହୃଦୟଙ୍ଗମ କରିପାରିଥିବା କହନ୍ତି। କିପରି ପଶୁ ପାଳନ ବୈଜ୍ଞାନିକ ଢଙ୍ଗରେ ଶିଖିବେ ସେନେଇ ସରକାର ସମସ୍ତ ସହଯୋଗ କରୁଛନ୍ତି।
ଏହାଦ୍ବାରା ସେମାନେ ଅଧିକାରୁ ଅଧିକା ଟଂକା ରୋଜଗାର କରିପାରିବେ। ଏହି ତାଲିମ ନେଇଥିବା ନକ୍ସଲ କହିଛନ୍ତି ଯେ ଏବେ ବହୁତ ଖୁସି ଲାଗୁଛି, ଜଂଗଲର ଜୀବନ ବହୁତ କଷ୍ଟ ଥିଲା। ନିଜର ପୁଅ,ଝିଅଙ୍କୁ ସମାଜରେ ଏକ ମୁଖ୍ୟଧାରାରେ ଯୋଡିବେ। ସେମାନଙ୍କୁ ପାଠ ପଢାଇ ଭଲ ମଣିଷ କରାଇବା ନେଇ ଏମାନେ କହନ୍ତି। ଯାହା ଭୁଲ କରିଥିଲେ ଅନ୍ୟମାନେ ମଧ୍ୟ ସେହି ଭୁଲ ନକରନ୍ତୁ ବୋଲି କହିଛନ୍ତି।
ଛତିଶଗଡ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତି ଦ୍ବାରା ବହୁ ନକ୍ସଲ ଥଇଥାନ ହୋଇଥିବା କୁହାଯାଇଛି। ଆଜି ସେମାନେ ସମାଜରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇ ଉଭା ହୋଇଛନ୍ତି। ଯାହାକୁ ସରକାର ସ୍ବୀକାର କରିଛନ୍ତି। ତେବେ ଆଗାମୀ ଦିନରେ ମଧ୍ୟ ଜଂଗଲରେ ବୁଲୁଥିବା ନକ୍ସଲଙ୍କୁ ସରକାର ନିବେଦନ କରିଛନ୍ତି ଯେ ବୁନ୍ଧୁକ ଛାଡି ଘରକୁ ଫେରି ଆସନ୍ତୁ। ସରକାର ସମସ୍ତ ସହଯୋଗ କରିବେ।
Malkangiri