ଯକ୍ଷ୍ମା ଚିହ୍ନଟ ତାଲିମ ଶିବିର

କୋରୁକୋଣ୍ଡା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭା ଗୃହରେ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପକ୍ଷରୁ ଯକ୍ଷ୍ମା ରୋଗୀ ଚିହ୍ନଟ କରିବା ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରରେ ମୁଖ୍ୟ ଅତିଥି ଭାବେ ଡା. କଲ୍ୟାଣ କୁମାର ସରକାର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଦେବାଶିଷ ନାୟକ ଉପସ୍ଥିତ ଥିଲେ। ଆସନ୍ତା ଅଗଷ୍ଟ ୧୪ରୁ ସେପ୍ଟେଟମ୍ବର ୬ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗୀଙ୍କୁ କିପରି ଚିହ୍ନଟ କରାଯିବ ଏବଂ ଏଥିପାଇଁ କ’ଣ କରିବାକୁ ପଡିବ ସେ ସମ୍ବନ୍ଧରେ ବୁଝାଇଥିଲେ। ଆଶା କର୍ମୀ ଓ ସ୍ୱେଚ୍ଛାସେବୀ ପ୍ରତି ଘର ବୁଲି କଫ ସଂଗ୍ରହ କରି ଆଣିବେ। ଏହି କଫ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଯିବ। ପରେ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଯାଇ ଯକ୍ଷ୍ମା ରୋଗଙ୍କୁ ଚିହ୍ନଟ କରାଯିବ। କାର୍ଯ୍ୟକ୍ରମରେ ୨୨ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଆଶା କର୍ମୀ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର