ମାଲକାନଗିରି: ମାଓବାଦୀଙ୍କ ପିଏଲଜିଏ ସପ୍ତାହର ଆଜି ତୃତୀୟ ଦିନ। ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଂଚଳରେ ମାଓବାଦୀ ପୋଷ୍ଟର ମାରି ଏହି ଦିବସକୁ ପାଳନ କରିବା ନେଇ ଆହ୍ବାନ କରୁଛନ୍ତି। ତେବେ ମହୁପଦର ପଞ୍ଚାୟତର ଗୁରୁଗୁଡା ଗ୍ରାମରେ ନକ୍ସଲ ପୋଷ୍ଟର ମାରି ଏହି ଦିବସରେ ନିଜକୁ ସାମିଲ କରିବା ପାଇଁ ଆହ୍ବାନ କରିଛନ୍ତି। ଏହି ପୋଷ୍ଟରରେ ନକ୍ସଲ ଉଲ୍ଲେଖ କରିଛନ୍ତି ଯେ ଚଳିତ ମାସ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କର, ସରକାରଙ୍କ ଦ୍ବାରା କରାଯାଉଥିବା ସମାଧାନ ନୀତିକୁ ବିରୋଧ କର, ବସ୍ତର ବାଟାଲନିୟରେ ଭର୍ତ୍ତି ନହେବା ପାଇଁ କହିବା ସହ ଏହାକୁ ବିରୋଧ କରିବା ପାଇଁ ମଧ୍ୟ ଆହ୍ବାନ ଦେଇଛନ୍ତି।
ଆମର ବସ୍ତର ଆମର ପୁଲିସ ନାରା ନେଇ ବସ୍ତର ଅଂଚଳରେ କରାଯାଉଥିବା ନକ୍ସଲ ଦମନକୁ ବନ୍ଦ କରାଯାଉ।ଅମର ସହିଦଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଆଗେଇ ଆସନ୍ତୁ ମାର୍କ୍ସବାଦ, ଲେନିନବାଦ ଜିନ୍ଦାବାଦ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ତେବେ ଏହି ପୋଷ୍ଟର ଦରଭା ଡିଭିଜନର ନକ୍ସଲ ମାରିଥିବା ଅନୁମାନ କରାଯାଏ। ତେବେ ପୁଲିସ ଏବଂ ବିଏସଏଫ ଏହି ଅଂଚଳକୁ ସର୍ଚ୍ଚ ଅପରେସନ ପାଇଁ ବାହାରି ପଡିଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Mkg-naxal-poster.jpg)