ଦୁର୍ଘଟଣାରେ ୩ଗୁରୁତର

ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ନିକଟ ମୁଖ୍ୟରାସ୍ତାରେ ସଡକ ଦୁର୍ଘଟଣା ଘଟି ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ ମାଲକାନଗିରି ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ସର୍ଗୀଗୁଡା ଗ୍ରାମର ନରେନ୍ଦ୍ର ପେରେମା ଓ ଗଣେଶ ମାଛା ଏକ ବାଇକ୍ ଯୋଗେ ଆଜି ମଧ୍ୟାହ୍ନରେ ମାଥିଲି ଆସୁଥିଲେ। ତେବେ ମାଥିଲି ଥାନା ନିକଟ ମୁଖ୍ୟରାସ୍ତା ପାର୍ଶ୍ବରେ ଚାଲି ଚାଲି ଯାଉଥିବା ମିଲୁଗୁଡା ଗ୍ରାମର ଚଣ୍ଡାଳ ଖରାଙ୍କୁ ଏହି ବାଇକ୍ ଧକ୍କା ଦେଇଥିଲା। ବାଇକ୍ ଧକ୍କାରେ ଚଣ୍ଡାଳ ଗୁରୁତର ହୋଇଥିବା ବେଳେ ଭାରସାମ୍ୟ ହରାଇ ବାଇକ୍‌ରୁ ତଳେ ପଡି ଯାଇ ନରେନ୍ଦ୍ର ଓ ଗଣେଶ ମଧ୍ୟ ଗୁରୁତର ହୋଇଥିଲେ। ପରେ ସମସ୍ତଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ନରେନ୍ଦ୍ରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସା ପରେ ଅନ୍ୟ ୨ଜଣ ସୁସ୍ଥ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର